ଫୁଲବାଣୀ: ଫୁଲବାଣୀ ସହରର କରୋନାର ତୃତୀୟ ଲହରୀ ଘୁ ଘୁ ହୋଇ ମାଡିଆସୁଛି । ବର୍ତ୍ତମାନ ପୂର୍ବପରି ନିଜେ ସତର୍କ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ୍ୟ ସତର୍କ ଓ ସଚେତନତା କରିବା ଆମର ନିହାତି ଜରୁରୀ ହୋଇପଡିଛି । ୨୦୨୨ର ପ୍ରଥମ ମାସ ପ୍ରଥମ ସପ୍ତାହରେ ଜିଲ୍ଲା ପ୍ରଶାସନ ସହ ମିଳିତରେ କରୋନାର ତୃତୀୟ ଲହରୀକୁ ଆଖି ଆଗରେ ରଖି ଏକ ସଚେତନତା କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଆଜି ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ଟାଉନ ଥାନା ଆଇଆଇସି ସୁଶାନ୍ତ ସେଠି ଏବଂ ଟାଉନ ଥାନା ଷ୍ଟାଫ୍ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ମିଳିତ ସହଯୋଗରେ କରୋନା ଏବଂ ଓମିକ୍ରନକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ଏହି ସଚେତନତା କାର୍ଯ୍ୟକ୍ରମ ଟାଉନ ଥାନାରୁ ସାରକୁଲାର ରୋଡ଼ ଦେଇ ବଜାରରେ ପ୍ରବେଶ କରିଥିଲା ।