ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨ ବର୍ଷ ଜେଲ, ୧୫ ହଜାର ଜରିମାନା

ଫୁଲବାଣୀ : ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କରଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୯ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ହରିବନ୍ଧୁ ପାତ୍ରକୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନ ଅନାଦେୟ । ହରିବନ୍ଧୁକୁ ଆଉ ଅଧିକ ୪ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ପୀଡ଼ିତାଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ ୨୬/୧୧/୨୦ ୧୬ ତାରିଖ ଦିନ ନାବାଳିକା ପିଡିତା ଏକୁଟିଆ ଘରେ ଥିବା ବେଳେ ଦିନ ୧୨ଟାରେ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହା ସହିତ ଏହି ବିଷୟରେ କାହାକୁ କହିଲେ କିମ୍ବା ଥାନାରେ ଅଭିଯୋଗ କଲେ ତାକୁ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା । ଏହି ପରି ଧମକ ଦେଇ ଦେଇ ତା ସହିତ ଦୁଷ୍କର୍ମ କରିଥିଲା । ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ । ଘଟଣା ଏ ନେଇ ପୀଡିତାର ବାପା ୨୫/୧୧/୨୦୧୬ ରେ ଗ୍ରାମସଭା କରାଇଥିଲେ କିନ୍ତୁ ଅଭିଯୁକ୍ତ ଦୋଷ ନ ମାନିବାରୁ ପୀଡିତା ବାଲିଗୁଡା ଥାନାରେ ୩୦/୦୩/୨୦୧୭ ରେ ଅଭିଯୋଗ କରିଥିଲେ । ତା ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୪୩/୨୦୧୭ ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା । ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।

Comments (0)
Add Comment