ନାବାଳିକା ଗଣ ଦୁଷ୍କର୍ମ ମାମଲା,ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ଜରିମାନା

ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ୧୫ ବର୍ଷିୟା ନାବାଳିକାର ଗଣ ଦୁଷ୍କର୍ମ ମାମଲାର ୧୩ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ୍‌ ଇତ୍ୟାଦିକୁ ଭିତ୍ତି କରି ଲିପୁନ୍‌ ନାୟକ ୨୪ ବର୍ଷ, ପର୍ତ୍ତମାହା, ଦାରିଙ୍ଗବାଡିକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ଛଅ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ଫାଷ୍ଟ୍‌ ଟ୍ରାକ୍‌ ପୋସ୍କ କୋର୍ଟର ସରକାରୀ ଓକିଲ ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ । ସୂଚନା ଅନୁସାରେ ପିଡିତା, ବାପାଙ୍କ ସହ ତା ୨୮.୦୬.୨୦୧୮ରିଖ ସନ୍ଧ୍ୟା ୬ଘଟିକା ସମୟରେ ପର୍ତୁମାହା ଠାରୁ କେର୍କେବାଡିକୁ ଫେରୁଥିଲେ । ପିତା ଶାରୀରିକ ଅକ୍ଷମ ବ୍ୟକ୍ତି ହୋଇ ଥିବାରୁ ପିଡିତା ୩୦୦ ମଟର ଆଗରେ ଯାଉଥିଲା । ଅଭିଯୁକ୍ତମାନେ ଏହାର ସୁଯୋଗ ନେଇ ପିଡିତାକୁ ଟେକିନେଇ ଗଣ ଦୁଷ୍କର୍ମ କରିଥିଲେ । ପିଡିତାର ବାପା ଶାରୀରିକ ଅକ୍ଷମ ଯୋଗୁଁ ଝିଅକୁ ଉଦ୍ଧାର କରି ନ ପାରି ଗାଆଁ ଲୋକମାନଙ୍କୁ ଖବର ଦେବାପରେ ଗାଆଁ ଲୋକ ଅଭିଯୁକ୍ତ ମାନଙ୍କ କବଳରୁ ଉଦ୍ଧାର କରିଥିଲେ । ଏ ସଙ୍କ୍ରାନ୍ତରେ ଦାରିଙ୍ଗବାଡି ଥାନାରେ ଲିଖିତ ରିପୋର୍ଟ୍‌ ପିଡିତାର ପିତା କରିଥିଲେ । ଥାନାଧିକାରୀ ୮୫/୧୮ରେ ଏକ ମାମଲା ରୁଜୁ କରି , ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଅଦାଲତରେ ହାଜର କରାଇଥିଲେ ଆଜି ଉକ୍ତ ମାମଲାର ବିଚାରଣା କରି ମାନ୍ୟବର ବିଚାରପତି ମହାଶୟ ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି ।

Comments (0)
Add Comment