ଫେବୃଆରୀ ୧୧ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲା ଆଇନଜୀବୀ ସଂଘ ଏକ ଜରୁରୀ ବୈଠକ ଆଜି ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିଲା । ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ଏହି ବୈଠକରେ ସମ୍ପାଦକ ରାମ ପ୍ରସାଦ ପାତ୍ର ପରିଚାଳନା କରିଥିଲେ । ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । କେତେକ କୋର୍ଟ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ଦୈନନ୍ଦିନ କୋର୍ଟ କାର୍ଯ୍ୟ ଓ ମାମଲା ଗୁଡ଼ିକର କିଭଳି ସୁପରିଚାଳନା ହୋଇପାରିବ ସେ ସମ୍ବନ୍ଧରେ ଆଇନଜୀବୀମାନେ ନିଜ ନିଜ ବକ୍ତବ୍ୟରେ ମତ ଦେଇଥିଲେ । ସମସ୍ତଙ୍କ ମତାମତକୁ ବିଚାରକୁ ନେଇ ୧୨ ଜାନୁଆରୀରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ କେବଳ ଜରୁରୀ ମାମଲା ବ୍ୟତୀତ ଅନ୍ୟ ସବୁ ମାମଲା ଗୁଡ଼ିକର ବିଚାରଣାରୁ ଆଇନଜୀବୀମାନେ ବିରତ ରହିବା ପାଇଁ ନିଷ୍ପତ୍ତି ଗୃହୀତ ହୋଇଥିଲା । ଏହି ଦିନ ଗୁଡ଼ିକରେ କେବଳ ଜରୁରୀ ଜାମିନ ଆବେଦନ, ଜରୁରୀ ସିଭିଲ ଅନ୍ତରୀଣ ଆବେଦନର ଶୁଣାଣିରେ ଆଇନଜୀବୀ ମାନେ ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିସହ ନୂଆ ମାମଲା ଗୁଡ଼ିକର ଦାଖଲ କରିବା ପାଇଁ କୌଣସି ବାରଣ ନଥିବା ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ସଂଘ ଉପ ସଭାପତି ପ୍ରତାପ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ସନ୍ତୋଷ ନାୟକ, କୋଷାଧ୍ୟକ୍ଷ ବିଧୁ ଶେଖର ତ୍ରିପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ, ମିନାକ୍ଷୀ ପାଢ଼ୀ, ତପନ ପାଣିଗ୍ରାହୀ, ସରକାରୀ ଆଇନଜୀବୀ ସଚ୍ଚିନନ୍ଦନ ସ୍ୱାଇଁ, ରବିନ୍ଦ୍ରନାଥ ବେବର୍ତ୍ତା, ଶ୍ୟାମ ପ୍ରସାଦ ଗନ୍ତାୟତ, ରବିନ୍ଦ୍ର ପ୍ରସାଦ ପାଢ଼ୀ, ସନ୍ତୋଷ ମିଶ୍ର, ସତୀଶ ଚନ୍ଦ୍ର ନାୟକ, ସିରାଜୁଦ୍ଧିନ ଅହମ୍ମଦ, ରାମ ଚନ୍ଦ୍ର ନାୟକ, ଆଇନଜୀବୀ ସି.ଏଚ୍‌. ବାବା ଯୁଗନ୍ଧର, ଶଶିଗିରି ରାଓ, ସମରେଶ ଗନ୍ତାୟତ, ଦେବୀ ପ୍ରସାଦ ସିଂ, ମାନସ ତ୍ରିପାଠୀ, ହରି ନାରାୟଣ ବେହେରା, ସଞ୍ଜୟ ପ୍ରଦୀପ ସୁନା, ଗୋପାଳ କୃଷ୍ଣ ପାଣିଗ୍ରାହୀ, ଅନୁପମା ଗନ୍ତାୟତ, ସ୍ନେହଲତା ଦେବୀ, ଜେନିଫର ସୁନା, ପଙ୍କଜିନୀ ତ୍ରିପାଠୀ, ଅଜିତା ଦାସ, ରାକ୍ଷୀ ଜୈନ, ସୁବୋଧ ଚନ୍ଦ୍ର ବେନ୍ୟା, ପ୍ରଫୁଲ୍ଲ ସିଂ, ତପନ ସିଂ, ସଞ୍ଜୀବ ଭକ୍ତ, ମହେଶ୍ୱର ମହାପାତ୍ର, ସେଖ ବାବା ଆଲିସା, ମହମ୍ମଦ ତାଜ ଇମ୍ରାନ ସରିଫ୍‌, ସୁରଜ ନାୟକ, ଯୁଧିଷ୍ଠିର ନାୟକ ପ୍ରମୁଖ ଯୋଗଦେଇଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସଂଘ ତରଫରୁ ଜଣାଯାଇଛି ।

Comments (0)
Add Comment