ଜିଲ୍ଲାରେ ବୁଲିଲା କୋଭିଡ୍‌ ଟିକାକରଣ ଅଭିଯାନ ସଚେତନତା ରଥ

ନବରଙ୍ଗପୁର: କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟିକାକରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏକ ସଚେତନ ରଥ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ କମଳଲୋଚନ ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ମିଳିତ ଭାବରେ ପତାକା ଦେଖାଇ ଏହି ସଚେତନତା ରଥର ପରିକ୍ରମା କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏହି ସଚେତନତା ରଥଟି ଜିଲ୍ଲାର ଦଶ ଗୋଟି ବ୍ଲକର ବିଭିନ୍ନ ଗ୍ରାମରେ କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟିକାକରଣ ଉପକାରିତାର ବାର୍ତ୍ତା ପ୍ରଚାର କରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ବିଶେଷ କରି ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ ସମସ୍ତ କିଶୋରକିଶୋରୀମାନେ କିପରି ଟିକା କେନ୍ଦ୍ରକୁ ଆସି କୋଭିଡ ସୁରକ୍ଷା ପାଇଁ ଟିକା ନେବା ସହିତ, କୋଭିଡ ନିୟମକୁ ମାନି ଚଳିବା, ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ଓ ଶାରୀରିକ ଦ୍ୱରତାକୁ ବଜାଇ ରଖିବା, ଭିଡକୁ ନିରୂତ୍ସାହିତ ଓ ନିଜ ସୁରକ୍ଷାକୁ ଉତ୍ସାହିତ କରିବା ଆଦି ବିଷୟରେ ଗ୍ରାମରେ ଅଙ୍ଗନବାଡି କର୍ମୀମାନେ କିଶୋର କିଶୋରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଅନ୍ୟ ଗ୍ରାମବାସୀମାନଙ୍କୁ ଉପସ୍ଥିତ କରାଇ ସଚେତନ ରଥ ନିକଟରେ ବୁଝାଇବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବାର ବିଷୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା କାର୍ଯ୍ୟାଳୟର ହୋଇ ଥିବା ଏହି ସଚେତନତା ରଥର ଉଦଘାଟନୀ ସମାରୋହରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ସହାୟକ ସମାଜ କଲ୍ୟାଣ ଅଧିକାରୀ ନରହରି ସିଂ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ,ବିଶ୍ୱରଞ୍ଜନ ଭୁକ୍ତା, ଅଶୋକ ଚକ୍ରବର୍ତ୍ତୀ, ତ୍ରିପତି ବାଲାଜି ସାହୁ, ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ, ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ, ସସ୍ମିତା ମହାନ୍ତି, ବିଶ୍ୱଜିତ ମହାନ୍ତି, ସୁକାନ୍ତ ପାତ୍ର, ତୃପ୍ତି ମହାପାତ୍ର, ସୁଜିତ କୁମାର ସୁନା, କୁଶମିତା ଦୀପ, ବନ୍ଧନା ଖାକା, ୟୁ ରବୀନ, ୱାନଷ୍ଟପ କେନ୍ଦ୍ରର କର୍ମକର୍ତ୍ତା ଓ ଅନ୍ୟ ଅଧିକାର ମାନେ ଉପସ୍ଥିତ ଥିଲେ ।

Comments (0)
Add Comment