ବୌଦ୍ଧ – ବୌଦ୍ଧ ପୁରୁଣା ଜେଲ୍ ନିକଟ ପୁରୁଣା ଶିଳ୍ପ ତାଲିମ୍ କେନ୍ଦ୍ର ନିକଟରେ ଖୋଲା ଯାଇଥିବା କୋଭିଡ୍ କେୟାର ସେଣ୍ଟରର ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରଶ୍ନ ଉଠିଛି l ସେଠାରେ ଚିକିତ୍ସାଧୀନ ଥିବା ଜଣେ ବୟସ୍କ ରୋଗୀ କୋଭିଡ୍ କେୟାର ସେଣ୍ଟର୍ ଭିତରୁ ବାହାରି ଏନ.ଏ. ସି. ଛକ ନିକଟରେ ବୁଲୁଥିବା ଦେଖିବାକୁ ମିଳିଥିଲା l ଖବର୍ ପାଇ କୋଭିଡ୍ କେୟାର ସେଣ୍ଟରର କର୍ମଚାରୀ ମାନେ ଆସି ରୋଗୀଙ୍କୁ ଗାଡ଼ିରେ ବସାଇ ପୁଣି କୋଭିଡ୍ କେୟାର ସେଣ୍ଟର୍ କୁ ନେଇ ଯାଇଥିବା ଜଣା ପଡିଛି l
ଚାରି କଡ଼େ ସୁଉଚ୍ଚ ପାଚେରୀ ଓ ବଡ ଲୁହା ଫାଟକ ଲାଗିବା ସହିତ ଅନେକ ସିକୁରିଟି କର୍ମଚାରୀ, ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଷ୍ଟାଫ ଥିବା ସତ୍ବେ ବୃଦ୍ଧ କୋଭିଡ୍ ରୋଗୀ ଜଣକ କିଭଳି ବାହାରକୁ ଆସି ପାରିଲେ ତାକୁ ନେଇ ବର୍ତ୍ତମାନ ସହରରେ ଚର୍ଚ୍ଚା ଲାଗି ରହିଛି | ଗତକାଲି ଜଣେ କରୋନା ପଜିଟିଭ ଆସନ୍ନ ପ୍ରସବା ମହିଳାଙ୍କୁ ବୁର୍ଲା ଯିବାକୁ ଆମ୍ବୁଲାନସ୍ ବ୍ଯବସ୍ଥା ନ କରାଇ ବାହାରେ ପକାଇ ଦେବା ମାମଲା ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇ ଥିବା ବେଳେ ଆଜିର ଘଟଣା ଜିଲ୍ଲାରେ ବର୍ତ୍ତମାନ ଆଲୋଚନାର ଖୋରାକ୍ ଜୋଗାଇଛି l