ଗଜପତିରେ କୋଭିଡ ଟିକାକରଣ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କୋଭିଡ ଟିକାକରଣ ଶତ ପ୍ରତିଶତ ଉଦ୍ଦେଶ୍ୟ ସାଧନ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ କୋଭିଡ ଟିକାକରଣ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଗଜପତି ଜିଲ୍ଲାରେ ଯେଉଁମାନେ ଦୁଇ ଡୋଜ କୋଭିଡ ଟିକା ନେଇ ନାହାଁନ୍ତି ସେମାନେ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଯେଭଳି ନିଶ୍ଚିତ ଭାବରେ କୋଭିଡ ଟିକା ନେବେ ସେ ଦିଗରେ ଏହି ସଚେତନତା ରଥ ଲୋକଙ୍କୁ ସଚେତନ କରିବା ସକାଶେ କରାଯାଇଛି ।

ପ୍ରତ୍ୟେକ ବ୍ଳକରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସେମାନେ ଦୁଇ ଡୋଜ ମୂଳରୁ କୋଭିଡ ଟିକା ନେଇ ନାହାଁନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ସଚେତନତା କରି ଟିକା ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଡକ୍ଟର ପ୍ରୋମଦ କୁମାର ପଣ୍ଡା, ଡକ୍ଟର ମହେନ୍ଦ୍ର କୁମାର ଭୂୟାଁ, ଡିପିଏମ ସୋମ୍ୟରାଣି ଗୌଡ଼ଙ୍କ ସମେତ ବହୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।

Covid vaccination awareness Gajapatiଗଜପତିରେ କୋଭିଡ ଟିକାକରଣ ସଚେତନତା ରଥର ଶୁଭାରମ୍ଭ
Comments (0)
Add Comment