ମୁନିସିପାଲିଟି ତରଫରୁ ବୁଲା ଗାଈଙ୍କୁ ଗୋଶାଳାରେ ଭର୍ତ୍ତି

ନୟାଗଡ : ଟାଉନ ସହରରେ ଦିନକୁଦିନ ବୁଲା ଗାଈଗୋରୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗାଈ ପୋସିଥିବା ମାଲିକ ମାନେ ଦିନରେ ସହରରେ ଗାଇଙ୍କୁ ଛାଡି ଘରେ ରହିଯାଉଛନ୍ତି। ଏହା ଫଳରେ ଦିନକୁଦିନ ସହରରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ ନେଇ ଜନସାଧାରଣ ବାରମ୍ବାର ବାରମ୍ବାର ମୁନିସିପାଲିଟି ଅଭିଯୋଗ କରିଆସୁଥିଲେ । ମୁନିସିପାଲିଟିର ଉପାଧକ୍ଷ ଗୁରୁପ୍ରସାଦ ଜେନା ସମେତ ସମାଜସେବୀ ଭବାନୀ ଶଙ୍କର ଦାସ, ଦେବୀପ୍ରସାଦ ସାହୁଙ୍କ ସହଯୋଗରେ ଓ ମୁନିସିପାଲିଟି କର୍ମଚାରୀ, ସଭ୍ୟ ମିଶି ଗାଡ଼ିରେ ଭର୍ତି କରି ମାଛିପଡ଼ାରେ ଥିବା ଗୋଶାଳାରେ ନେଇ ଛାଡିଛନ୍ତି। ଏହା ଦ୍ୱାରା ଆଜି ନୟାଗଡ଼ ସହରବାସୀ ଶାନ୍ତି ଅନୁଭବ କରିଛନ୍ତି।

Comments (0)
Add Comment