ବେଆଇନ ବାଣ ଗୋଦାମ ଉପରେ ପୁରୀ ପୋଲିସର ଚଢ଼ାଉ

ପୁରୀ : ବେଆଇନ ବାଣ ଗୋଦାମ ଉପରେ ପୁରୀ ପୋଲିସର ଚଢ଼ାଉ । ଏ ନେଇ ଜଣକୁ ଅଟକ ରଖିଛି ପୋଲିସ । ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ପୁରୀ ଏସପି କେ.ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ପୁଲିସ ପକ୍ଷରୁ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଭରପ୍ରାପ୍ତ ନିରୀକ୍ଷକ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଡେଲାଙ୍ଗ ଥାନା ଅନ୍ତର୍ଗତ ମାନପୁର ଗ୍ରାମ ସ୍ଥିତ କଲ୍ମାଣ ମଣ୍ଡପ ପରିସରରେ ଅଚାନକ ଚଢାଉ କରଯାଇଥିଲା । ସେଠାରେ ଗଚ୍ଛିତ ରଖାଯାଇଥିବା ବିପୁଳ ପରିମାଣର ବାଣ ୨ ମିନି ଟ୍ରକ ଭର୍ତ୍ତିର୍ ଯାହାକି ଦୀପାବଳି ପାଇଁ ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିଲା ଜବତ କରାଯାଇଅଛି । ବିନା ଲାଇସେନ୍ସରେ ଉକ୍ତ ବେଆଇନ ବାଣ ଗଚ୍ଛିତ ରଖିବା ନେଇ ଜଟଣୀ ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଗାଁର ଲକ୍ଷ୍ମୀଧର ବିଶ୍ୱାଳକୁ ଅଟକ ରଖାଯାଇଛି । ଜବତ ବାଣର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ଏ ସମ୍ବନ୍ଧରେ ଡେଲାଙ୍ଗ ଥାନାରେ ବିସ୍ଫୋରକ ଦ୍ରବ୍ୟ ଆଇନ ଅନୁସାରେ ଏକ ମକଦ୍ଦମା ରୁଜୁ କରାଯାଇଛି ।

Comments (0)
Add Comment