ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ପ୍ରତିବାଦରେ ଡିଜିଙ୍କୁ ସାକ୍ଷାତକଲା ଛାତ୍ରକଂଗ୍ରେସ

କଟକ,୨୬/୦୭- ଆଜି କଟକ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ , କେନ୍ଦ୍ରାପଡ଼ା ଜିଲ୍ଲାରେ ସାମ୍ବାଦିକଙ୍କୁ ମହିଳା ଥାନା ଅଧିକାରୀ ହାତ ଉଠେଇ ଯେଉଁ ଅଶାଳୀନ ଭାଷା ସହ ଯେଉଁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ତାହା ଏହି ସମାଜ ଆଉ ଗଣତନ୍ତ୍ର ପାଇଁ ଲଜ୍ଜ୍ୟାଜନକ । ଏହି ଉଦ୍ଦେଶ୍ୟରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ପୋଲିସ ଡିଜିଙ୍କୁ ସାକ୍ଷାତକରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ନିଜ ବକ୍ତବ୍ୟରେ କହିଥିଲେ ଯେଉଁ ମହିଳା ଅଧିକାରୀ ଏହିପରି ଦୁର୍ବ୍ୟବହାର କରିଛନ୍ତି ତୁରନ୍ତ ବରଖାସ୍ତ କରାଯାଉ,ଏସ୍‌ସି ଏସ ଟି ଆଇନ ଅନୁଯାୟୀ ଅଭିଯୋଗ ଦାଖଲ କରାଯାଉ , ତତ୍‌ ସହିତ ଏସପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଉ ବୋଲି ଅଭିଯୋଗ କରିଥିଲେ ।

ଏହି ପ୍ରତିନିଧି ମଣ୍ଡଳରେ ଡକ୍ଟର ବିପ୍ଳବ ଶିଲାଦିତ୍ୟ (ଓଡ଼ିଶା ଯୁବ କଂଗେସ ରାଜ୍ୟ ସାଧାରଣ ସମ୍ପାଦକ ) ଦୀପକ ମହାନ୍ତି (କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି) ସଦାଶିବ ବାରିକ ( ସମ୍ପାଦକ କଟକ ଜିଲ୍ଲା କଂଗ୍ରେସ) ସଚ୍ଚିଦାନନ୍ଦ ରାଉତ (ସମ୍ପାଦକ କଟକ ଜିଲ୍ଲା କଂଗ୍ରେସ) ଆଶୁତୋଷ ରାଉତ୍‌ ( ଓଡ଼ିଶା ଛାତ୍ର କଂଗ୍ରେସ ରାଜ୍ୟ ସମ୍ପାଦକ ) ସୁନୀଲ ମାଟିଆ (ଓଡ଼ିଶା ଛାତ୍ର କଂଗ୍ରେସ ରାଜ୍ୟ ଉପସଭାପତି ) ପର୍ଭେଶ ଅକ୍ତାର ( କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି )ଙ୍କ ସହିତ ଛାତ୍ରକଂଗ୍ରେସ ଓ ଯୁବ କଂଗ୍ରେସର ବହୁକର୍ମୀଙ୍କ ଉପସ୍ଥିତିରେ ପୋଲିସ ଡିଜିଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ କରାଯାଇଥିଲା ।

Comments (0)
Add Comment