ବିଜେପି କୃଷକ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ

କଟକ,୨/୭- ଆଜି ଦିବା ୧୧ ଘଟିକାରେ କଟକନଗର ଓ ସଦର ଜିଲ୍ଲାର କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଧାନ ମଣ୍ଡିରୁ ଧାନ ଉଠେଇବା, ସମସ୍ତ ଟୋକନ ଧାରୀଙ୍କ ଧାନ କିଣିବା ଏବଂ କଟନୀ ଛଟନି ବନ୍ଦ କରିବା ଦାବିରେ ସିଏସଓଙ୍କୁ ଦାବୀପତ୍ର ଦେଇଥିଲେ । ସ୍ଥାନୀୟ ଏସ ପି ଅଫିସ ପାଖରୁ ଏକ ଶୋଭାଯାତ୍ରାରେ ବାହାରି କଟକ କଲେକ୍ଟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବକ୍ତାମାନେ ନବୀନ ସରକାରଙ୍କ ଚାଷୀ ମାରଣ ନୀତିକୁ ବକ୍ତବ୍ୟରେ ତୀବ୍ର ଭର୍ତ୍ସନା କରିଥିଲେ ଏବଂ ଏହିଦାବି ପୂରଣ ନହେଲେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଘୋଷଣା କରିଥିଲେ । କଟକନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ରାଜ୍ୟ ସମ୍ପାଦକ ସତ୍ୟବାଦୀ ଚଇନି, କଟକନଗର କୃଷକ ମୋର୍ଚ୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ଜେନା, ସଦର ଜିଲ୍ଲା ସଭାପତି ଶଙ୍କର୍ଷଣ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୁଷାରକାନ୍ତି ଚକ୍ରବର୍ତ୍ତୀ, ବିଶ୍ୱରଞ୍ଜନ ମିଶ୍ର, ସୁବାସ ମହାନ୍ତି ,ପୂର୍ଣ୍ଣ ଭଞ୍ଜ, ମମତା ନନ୍ଦୀ, କେ ରାଓ, ସୂର୍ଯ୍ୟନାରାୟଣ ବେହେରା, ଶ୍ରୀକାନ୍ତ ବେହେରା, ନୂତନ ଦାସ, ତପନ ଲେଙ୍କା, ସତ୍ୟବ୍ରତ ମିଶ୍ର, ସୁରେଶ ମହାନ୍ତି,ସଞ୍ଜୟ ଜେନା,ଦେବାଶିଷ ଘୋଷ, ସତ୍ୟ ପଟ୍ଟନାୟକ, ନରହରି ଦାସ,ତପନ ରାଉତ,ସୁକାନ୍ତ ମହାନ୍ତି,ସୁଶାନ୍ତ ମହାନ୍ତି, ରମେଶ ଶତପଥୀ, ପ୍ରଶାନ୍ତ ମହାପାତ୍ର,ଭୂପତି ପାଣି,ମହମ୍ମଦ ସବିର, କରୁଣାକର ଜେନା, ପ୍ରକାଶ ଦାସ,ସଂଜୀବ ରଣା, ମିଥୁନ ସାହୁ ପ୍ରମୁଖ ଯୋଗଦେଇଥିଲେ ।

Comments (0)
Add Comment