ଆସନ୍ତାବର୍ଷ ପାଠ୍ୟକ୍ରମରେ ସାମିଲ ହେବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର : ଆସନ୍ତାବର୍ଷ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସ୍ଥାନ ପାଇବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ଚଳିତ ବର୍ଷ ବହି ବଣ୍ଟନ ଶେଷ ହୋଇଛି । ସୁବିଧା ହେଲେ ସ୍ୱତନ୍ତ୍ର ପୁସ୍ତିକା ବଣ୍ଟନ କରାଯିବ । ସୂଚନା ଓ ଲୋକସଂପର୍କ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବ । ପାଠ୍ୟକ୍ରମରେ ରାଜ୍ୟ ସଂଗୀତ ସ୍ଥାନ ପାଇବା ସହିତ କାନ୍ତକବିଙ୍କ ସଂପର୍କରେ ମଧ୍ୟ ଆଲେଖ୍ୟ ରହିବ । ସ୍କୁଲ ଛୁଟି ହେବା ସମୟରେ ଏହାକୁ ଗାନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯିବ । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟରେ ଏହାକୁ ରାଜ୍ୟ ସଂଗୀତର ମାନ୍ୟତା ଦିଆଯାଇଛି ।

Comments (0)
Add Comment