ଦାରିଙ୍ଗ ବାଡ଼ି ବିଦ୍ୟୁତ ବିଭାଗର ରକ୍ଷଣାବେକ୍ଷଣ ଏମିତି ! ଦୁଇଦିନ ତଳେ ପୋତାଯାଇଥିବା ପୋଲ ନଇଁ ପଡ଼ିଲା ଅଳ୍ପକେ ବର୍ତିଲେ ୨ପରିବାର

ଦାରିଙ୍ଗବାଡ଼ି ୩୦/୬: କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଳକରେ ବିଦ୍ୟୁତ ବିଭାଗର କର୍ମକର୍ତ୍ତାମାନଙ୍କ ବେପରୁଆ ମନୋଭାଵ ଯୋଗୁଁ ବିନା କାରଣରେ ଲୋକଙ୍କ ଜୀବନ ହାନି ଘଟୁଛି l ତଥାପି ବିଦ୍ୟୁତ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ l ଦିନକୁ ଦିନ ଅଞ୍ଚଳରେ ଘଟଣା ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ନିଘା ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି l ଏହାର ଜ୍ୱଳନ୍ତ ଉଦାହରଣ ଆଜି ସୁଲୁମାହା ଗ୍ରାମରେ ଦେଖିବାକୁ ମିଳିଛି l ୫୯ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି l ସେପଟେ ରାସ୍ତା କଡ଼ରେ ଥିବା ବିଦ୍ୟୁତ ପୋଲ ଗୁଡ଼ିକୁ ରାସ୍ତା ଠାରୁ ଦୂରରେ ପୋତିବା କାର୍ଯ୍ୟ କରାଯାଉଥିବାବେଳେ ସେଥିରେ ମଧ୍ୟ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଯୋଗୁଁ ୫୯ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ସୁଲୁମାହ ଗ୍ରାମର ଖଗେଶ୍ବର ପ୍ରଧାନଙ୍କ ଘର ଆଗରେ ଦୁଇ ଦିନ ତଳେ ପୋତା ଯାଇଥିବା ୧୧କେଭି ବିଦ୍ୟୁତ ପୋଲଟି ମଙ୍ଗଳବାର ସକାଳୁ ହଟାତ ନଇଁ ପଡ଼ି ତାଙ୍କ ଘର ଉପରକୁ ଢ଼ଳିରହିଥିଲା l ବିଦ୍ୟୁତ ଖୁଣ୍ଟ ଟି ହଟାତ ଘର ଉପରକୁ ମାଡ଼ି ବସୁଥିବା ବେଳେ ପାଖରେ ଥିବା ଗ୍ରାମବାସୀ ରାଧାକାନ୍ତ ଦିଗାଲ,ହେବଲ ଦିଗାଲ,ଜୋଏଲ ପ୍ରଧାନ ପ୍ରମୁଖ ବିଦ୍ୟୁତ ପୋଲଟିକୁ ଧରିନେଇ ଏକ କାଠ ଗଣ୍ଡି ଦ୍ୱାରା ଢେରା ଦେଇ ପୂର୍ବରୁ ଥିବା ଏକ ବିଦ୍ୟୁତ ପୋଲ ସହିତ ତାର ବାନ୍ଧି ରଖିଥିଲେ l ଯାହା ଫଳରେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି ଖଗେଶ୍ୱର ଙ୍କ ପରିବାର ଲୋକେ l ଏହାପରେ ଗ୍ରାମବାସୀ ମାନେ ଏ ବାବଦରେ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କୁ ଜଣାଇଥିଲେ ସୁଦ୍ଧା କେହି ଶୁଣିନଥିବା ଖଗେଶ୍ୱର ପ୍ରଧାନ ଅଭିଯୋଗ କରିଛନ୍ତି l ସୂଚନା ପ୍ରକାରେ ରାସ୍ତା ସମ୍ପ୍ରସାରଣ ଯୋଗୁଁ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟ ବଦଳା ଯାଉଛି । କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଖୁଣ୍ଟ ବଦଳା ଯାଉଥିବା ସମୟରେ ଉପସ୍ଥିତ ନରହି ଶ୍ରମିକଙ୍କ ହାତରେ ସବୁ ଦାୟିତ୍ଵ ଦେଇ ଚୁପ୍ ହୋଇବସିପଡ଼ୁଛନ୍ତି, ଯାହାଫଳରେ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି l ଏତଦ୍ ବ୍ୟତୀତ ନିମ୍ନ ମାନର କାର୍ଯ୍ୟ ହେଉଥିବା ସହ ଖାମଖିଆଲି କାମ ଯୋଗୁଁ ଗାଁ ରେ ସଂଯୋଗ ହୋଇଥିବା ଜଳ ଯୋଗାଣ ପାଇପ୍ ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବାପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

ସୂଚନା ପ୍ରକାରେ ବିଦ୍ୟୁତ ବିଭାଗର ଏହିଭଳି ଅବହେଳା ଯୋଗୁଁ ବିଲ ଭିତର ଦେଇ ଯାଇଥିବା ଏକ ବିଦ୍ୟୁତ ପୋଲଟି ବିଲ ଭିତରେ ପଡ଼ି ଯିବାରୁ ଗତବର୍ଷ ଅଗଷ୍ଟ ୩୦ତାରିଖରେ ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଅନ୍ତର୍ଗତ କାଲେଙ୍ଗବାଡ଼ି ଗ୍ରାମର ରଞ୍ଜନ ପ୍ରଧାନ ଓ ଲିକୁ ପ୍ରଧାନ ବିଲ ଭିତର ଦେଇ ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ l

Comments (0)
Add Comment