କୋଭିଡ କଟକଣା ପାଳନ କରିବା ପାଇଁ ପ୍ରଶାସନ ତରଫରୁ ସଚେତନତା

ଦାରିଙ୍ଗବାଡ଼ି, ୧୯/୩: ଦେଶକୁ ମହାମାରୀ କରୋନା ବର୍ତ୍ତମାନ ଲେଉଟି ଆସୁଅଛି । ସେଥିପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।ପୂର୍ବଭଳି ଲୋକଙ୍କୁ ଘରୁ ବାହାରିବାବେଳେ ମାସ୍କ ପରିଧାନ ସହିତ ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଆଜି ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ତରଫରୁ ଦାରିଙ୍ଗବାଡ଼ି ମାର୍କେଟ ସହିତ ବିଭିନ୍ନ ସ୍ଥାନରେ ଲୋକଙ୍କୁ ମାଇକ ଯୋଗେ ସଚେତନତା ବାର୍ତା ପ୍ରଦାନକରି ଲୋକଙ୍କୁ ସଚେତନ କରାଇ ସରକାରଙ୍କ କୋଭିଡ କଟକଣା ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶାସନ ତରଫରୁ ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲ୍ଲିକଙ୍କ ସହିତ ଦାରିଙ୍ଗବାଡ଼ି ସବ-ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ବିଭିନ୍ନ ସ୍ଥାନ ଗୁଡିକରେ ସଚେତନ କରାଇଥିବାବେଳେ ବିଭିନ୍ନ ଦୋକାନ ଗୁଡ଼ିକରେ ହୋଇଥିବା ଭିଡ ଏବଂ ଦୋକାନରେ ବ୍ୟବସାୟୀଙ୍କ ସହିତ ଗ୍ରାହକମାନେ ମାସ୍କ ନପିନ୍ଧିଥିବା ଯୋଗୁ ସେମାନଙ୍କୁ କଟକଣା ପାଳନ କରିବାକୁ କହିଥିଲେ । କଟକଣା ପାଳନ ନକଲେ ଆଗାମୀ ଦିନରେ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି ।

Comments (0)
Add Comment