ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ବରିଷ୍ଠଙ୍କୁ ବିଭିନ୍ନ ଉପକରଣ ବଣ୍ଟନ

ଦାରିଙ୍ଗବାଡି,୧୩/୮: ଦାରିଙ୍ଗବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସର ଓ ରାପଡାବାଡି ସ୍କୁଲ ପରିସର ମଧ୍ୟରେ ଦିବ୍ୟାଙ୍ଗ ବରିଷ୍ଠ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ରାପଡ଼ାବାଡି ସ୍କୁଲ ସଭାଗୃହ ଠାରେ ଦାରିଙ୍ଗବାଡି ବ୍ଲକ ଅଂଚଳର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଆରସିସି ତଥା ଏବିଇଓ ସୁବାସିନୀ ଦିଗାଲ,ରାପଡ଼ାବାଡି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଚାରୁଶିଳା ମଲ୍ଲିିକ, ବରିଷ୍ଠ ଶିକ୍ଷକ ବିଦେଶୀ ନାୟକ,ବିଜେଡି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ,ବିଧାୟକ ପ୍ରତିନିଧି ଦୀପକ ସାହୁ, କିରାଣୀ ସଞ୍ଜୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଦାରିଙ୍ଗବାଡି ସିଆରସିସି ଶ୍ୟାମସୁନ୍ଦର ଦିଗାଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ୫୯ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ । ଏମଆର କିଟ୍‌ ୫୨ ଗୋଟି, ହ୍ୱିଲ ଚେଆର ୨, ଡିଜେ ପ୍ଲେୟାର ୫ ଟି ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡଙ୍ଗୀ ଏବଂ ରଶ୍ମିତା ସେନାପତି ପରିଚାଳନା କରିଥିଲେ । ସେହିପରି ଦାରିଙ୍ଗବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦାରିଙ୍ଗବାଡି ଅଂଚଳର ଦିବ୍ୟାଙ୍ଗ ଲୋକଙ୍କୁ ବିଭିନ୍ନ ଉପକରଣ ବଣ୍ଟନ ପାଇଁ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ କଳାକୃଷ୍ଣ ପ୍ରଧାନ,ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ମିଶ୍ର, ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିିକ, ବିଧାୟକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀତିସ ପ୍ରିୟଦର୍ଶୀ ସାହୁ ପରିଚାଳନା କରିଥିଲେ । ଏହି ଶିବିରରେ ୨୯୪ ଜଣ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ଡାକ୍ତର ନିବେଦିତା ପୃଷ୍ଟି, ଶିବପ୍ରସାଦ ସାହୁ, ଅଶୋକ ସିଂ,ହେଡ଼କ୍ୱାଟର ବିଏସଏସଓ ପ୍ରମୋଦ କୁମାର ବଡ଼ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment