ନିଜ ଗାଁ ମଶାଣିରେ ଶବକୁ ମିଳିଲାନି ଜାଗା ପ୍ରଶାସନ ତରଫରୁ ନିର୍ଦ୍ଧାରିତ ପଡୋଶୀ ଗାଁରେ ହେଲା ଶବଦାହ

ଦାରିଙ୍ଗବାଡି,୭/୮ : ସମଗ୍ର ଦେଶରେ କରୋନା ନିଜର କାୟା ମେଲାଉଥିବା ବେଳେ ଏହି କରୋନା ଯୋଗୁଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାରେ ଦିନକୁଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଦାରିଙ୍ଗବାଡି ବ୍ଲକରୁ ଗତ ୨ଦିନରେ ୨୬ଜଣ ସଂକ୍ରମିତ ହୋଇଥିବାରୁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି । ଗୁରବାର ରାତିରେ ଦାରିଙ୍ଗବାଡି ଅଞ୍ଚଳର ଜୈନେକ ବ୍ୟକ୍ତିଙ୍କର ଦାରିଙ୍ଗବାଡି ମେଡିକାଲରେ ମୃତ୍ୟୁ ହୋଇଥିଲା । ମୃତକଙ୍କୁ କରୋନା ହୋଇଥିବା ସନ୍ଦେହକରି ପୂର୍ବରୁ ପ୍ରଶାସନ ତରଫରୁ ମୃତ ଦେହକୁ ପରିବାର ଲୋକଙ୍କୁ ଘରକୁ ନେବାକୁ ଦିଆଯାଇ ନଥିଲା କିମ୍ବା ଗ୍ରାମ ମଶାଣୀରେ ଶବ ଦାହ କରିବାକୁ ବାରଣ କରାଯାଇଥିଲା । ଯାହା ଫଳରେ ଗାଁ ମଶାଣୀରେ ଶବ ଦାହ ପାଇଁ ସ୍ଥାନ ନ ମିଳିବାରୁ ପରିବାର ଲୋକେ ରାତି ଅଧରେ ପ୍ରଶାସନ ତରଫରୁ ପୂର୍ବରୁ ଚିହ୍ନଟ କରାଯାଇଥିବା ଗ୍ରୀନବାଡି ପଞ୍ଚାୟତର କୁତୁବାଡ଼ି-ତଗାପଙ୍ଗା ନିକଟରେ ପରିବାର ଓ ସ୍ଥାନୀୟ ପ୍ରଶାସନ ସହାୟତାରେ ଶବଟିକୁ ଦାହ କରାଯାଇଥିଲା । ତେବେ ରାତିରେ ଶବଟିକୁ ଚିହ୍ନଟ ସ୍ଥାନର ରାସ୍ତା କଡ଼ରେ ଦାହ କରାଯାଇଥିବା ବେଳେ ଶବଟି ସମ୍ପୂର୍ଣ୍ଣ ଭାବେ ପୋଡ଼ିନଥିବା ଶୁକ୍ରବାର ସକାଳେ ଜଣା ପଡ଼ିବା ପରେ ଏହି କାରଣରୁ ଯୋଗୁଁ ଗ୍ରୀନବାଡି ସମେତ କୁତୁବାଡି ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଶୁକ୍ରବାର ସକାଳୁ ଗ୍ରୀନବାଡି ଅଂଚଳରେ ଉତେଜନା ଦେଖାଦେଇଥିଲା । ଘଟଣା ସମ୍ପର୍କରେ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ସମେତ ସବ ଇନ୍ସପେକ୍ଟର ସୌମ୍ୟ ରଞ୍ଜନ ଜେନା ଘଟଣା ସ୍ଥଳରେ ପୁଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଅଞ୍ଚଳରେ । ସୂଚନା ପ୍ରକାରେ ଗତକାଲି ରାତିରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରି ରେ ଗାଁ ମଶାଣିରେ ଶବ ସତ୍କାର କରିବାକୁ ଗ୍ରାମବାସୀ ତଥା ପ୍ରଶାସନ ତରଫରୁ ଅନୁମତି ମିଳିନଥିଲା । ଏହି ଘଟଣା ଆଜି ଜଣା ପଡିବା ପରେ ଗ୍ରୀନବାଡ଼ି ଅଞ୍ଚଳବାସୀମାନେ କାହିଁକି ଦାରିଙ୍ଗବାଡି ଅଞ୍ଚଳର ବ୍ୟକ୍ତିଙ୍କର ଶବଟିର ଗ୍ରୀନବାଡି ଅଞ୍ଚଳରେ ଦାହ କରାଯାଇଛି ବୋଲି ପଚାରିଥିଲେ । ତେବେ ଗ୍ରୀନବାଡି ଅଞ୍ଚଳରେ ଉତେଜନା ପ୍ରକାଶ ପାଇବା ସହିତ ଲୋକେ ଏହାକୁ ତୀବ୍ର ବିରୋଧ କରିବାରୁ ମୃତକଙ୍କ ପରିବାର ଲୋକେ ଶୁକ୍ରବାର ସକାଳୁ ପୁଣିଥରେ ଶବଟିକୁ ଭଲଭାବରେ ଦାହ କରିଥିଲେ । ଏନେଇ ମୃତକଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରିବାରୁ ନିଜ ଗ୍ରାମରେ ଥିବା ମଶାଣୀରେ ଶବ ଦାହ କରିବା ପାଇଁ ପ୍ରଶାସନ ତରଫରୁ ବାରଣ କରାଯିବ।ରୁ ଏବଂ ପ୍ରଶାସନର ନିର୍ଦ୍ଦେଶ ଓ ଅନୁମତିକ୍ରମେ ପ୍ରଶାସନ ତରଫରୁ ଚିହ୍ନଟ ହୋଇଥିବା ସ୍ଥାନରେ ଶବ ଦାହ କରାଯାଇଛି ବୋଲି ପ୍ରକାଶ କରିଛନ୍ତ ।

Comments (0)
Add Comment