ଦାରିଙ୍ଗବାଡି,୧୩/୪: ଦୀର୍ଘ ମାସର ବ୍ୟବଧାନ ପରେ ଦାରିଙ୍ଗବାଡି ଅଞ୍ଚଳକୁ ପୁଣି ଫେରିଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ । ଦାରିଙ୍ଗବାଡି ବ୍ଲକର ଶ୍ରାନିକେତା ପଞ୍ଚାୟତର୧୨ନମ୍ବର ୱାର୍ଡ ତଥା ହରିଜନ ସାହି ଓ ଦାରିଙ୍ଗବାଡି ପଞ୍ଚାୟତର ପରପାଙ୍ଗା ଗ୍ରାମରୁ ଜଣେ ଲେଖାଏଁ କରୋନା ପଜିଟିଭ ବାହାରିବା ପରେ ଜିଲ୍ଲା ପ୍ରଶାସନ ଏହି ଦୁଇ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟଜୋନ୍ ଭାବରେ ଘୋଷଣା କରିଛନ୍ତି । ପ୍ରଶାସନ ତରଫରୁ ଏପ୍ରିଲ ୧୧ ତାରିଖ ଠାରୁ ୭ ଦିନ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇ କରୋନା ସଂକ୍ରମଣକୁ ରୋକିବାପାଇଁ ପ୍ରୟାସ କରାଯାଉଛି । ୭ ଦିନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । କଣ୍ଟେନମେଣ୍ଟ ଜୋନରୁ ବାହାରକୁ କେହିନଯିବା ଓ ବାହାରୁ କେହି ଭିତରକୁ ନ ଆସିବା ପାଇଁ ଘୋଷଣା କରାଯାଇ ବାଉଁଶ ବାଡ଼ ଦେଇ ରାସ୍ତାକୁ ଅବରୋଧ କରାଯାଇଛି । ସମସ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍କୁ ତଦାରଖ କରିବା ପାଇଁ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ସହ ଥାନାଅଧିକାରୀ କୌଶିକ ମାଝୀ , ବିଡ଼ିଓ ଅଭିମନ୍ୟୁ ବେହେରା ସହିତ ସମସ୍ତ ବିଭାଗ ଅଧିକାରୀ ଲୋକଙ୍କ ଆବଶ୍ୟକତା ପୂରଣ ନେଇ କାର୍ଯ୍ୟ କରିବେ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନ ମଧ୍ୟରେ ମେଡିକାଲ୍ କର୍ମଚାରୀ, କ୍ଷମତାପ୍ରାପ୍ତ ବ୍ୟକ୍ତି ଏବଂ ସେବା ପ୍ରଦାନକାରୀଙ୍କ ବ୍ୟତୀତ ଏହି ଅଞ୍ଚଳରେ କୌଣସି ଯାନବାହାନ ଏବଂ ବ୍ୟକ୍ତିଗତ ଆନ୍ଦୋଳନ ହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି ଜାରି କରିଛନ୍ତି ।