ବାଇକ ଦୁର୍ଘଟଣା ଘଟଣା, ବ୍ରହ୍ମପୁରରେ ଚିକିତ୍ସିତ ଅବସ୍ଥାରେ ଆଉ ଜଣକ ମୃତ୍ୟୁ

ଦାରିଙ୍ଗବାଡି,୧୮/୪ : ଆଜି ସକାଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ବୁଲାଣିରେ ବାଇକ ଦୁର୍ଘଟଣା ଘଟି ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଦାରିଙ୍ଗବାଡି ମେଡିକାଲ ଗୁରୁତର ଅବସ୍ଥାରେ ଚିକିତ୍ସିିତ ହେଉଛି । ମୃତକ ଜଣକ ହେଲେ ବି.ଡକେବାଡି ଗ୍ରାମର ଆମ୍ବେଦକର ମଳିକ(୧୬) ଓ ପ୍ରଶାନ୍ତ ମଳିକ(୧୭) । ଗୁରୁତର ଯୁବକ ଜଣକ ହେଲେ ଜୁଦେନ ପ୍ରଧାନ(୧୮) । ଆମ୍ବେଦକର ମଳିକ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ବେଳେ ପ୍ରଶାନ୍ତ ମଳିକ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ ହୋଇଛି । ସୂଚନା ମୁତାବକ ଏହି ତିନିଜଣ ଯୁବକ ଏକ ବାଇକ ଯୋଗେ କୌଣସି ଏକ କାମରେ ବାଲାପାଙ୍ଗା ଗ୍ରାମକୁ ଯାଇ ଦାରିଙ୍ଗବାଡି ଫେରୁଥିବା ସମୟରେ ଡ଼ବେରୀ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା ।

Comments (0)
Add Comment