କୋଭିଡ଼ ଯାଞ୍ଚ କଡ଼ାକଡ଼ି, ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ

ଦାରିଙ୍ଗବାଡି,୨୪/୭: ଦାରିଙ୍ଗବାଡି ବ୍ଲକରେ ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ବେଳେ କିନ୍ତୁ କୋଭିଡ଼ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଯେଭଳି ଭାବେ ପଜିଟିଭ ସଂଖ୍ୟା ହ୍ରାସ ପାଉଛି ସେଭଳି ଭାବେ ଲୋକ ଖାମଖିଆଲି ଭାବେ ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି । ଏହାକୁ ଆଖି ଆଗରେ ରଖି ଅମାନିଆଙ୍କୁ ସାବାଡ଼ କରିବା ନିମନ୍ତେ ଆଜି ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ କୌଶିକ ମାଝୀ ଦାରିଙ୍ଗବାଡି ଚାରିଛକ ଠାରେ ମିଳିତ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛନ୍ତି । ଏହି ଯାଞ୍ଚ ସମୟରେ ମାସ୍କ ପିନ୍ଧିନଥିବା ଅମାନିଆଙ୍କ ଠାରୁ ୫ ହଜାର ୪୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି । କିଛି ଅମାନିଆ ମାସ୍କକୁ ନାକ ତଳକୁ ପିନ୍ଧିଥିଲେ । ଏପରିକି ଆଉ କିଛି ପୋଲସକୁ ଦେଖି ପକେଟରୁ ମାସ୍କ କାଢ଼ି ପିନ୍ଧି ପକାଇଥିଲେ । କିନ୍ତୁ ଏଭଳି ଅମାନିଆ ମାନଙ୍କୁ ପୋଲିସ ଓ ତହସିଲ କର୍ମଚାରୀମାନେ ଧରି ସେମାନଙ୍କ ଠାରୁ ତଣ୍ଡ ଆଦାୟ କରିଥିଲେ ।

Comments (0)
Add Comment