ଦାରିଙ୍ଗବାଡିରେ କଂଗ୍ରେସର ମିଶ୍ରଣ ପର୍ବ, କଂଗ୍ରେସରେ ଯୋଗଦେଲେ ବ୍ଲକ ଉପାଧ୍ୟକ୍ଷ

ଦାରିଙ୍ଗବାଡି,୧୨/୮: ଦାରିଙ୍ଗବାଡି ସ୍ଥିତ ଡୁଲୁରି ପାଇନବଣ ଠାରେ ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଆୟୋଜନ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର,ବ୍ଲକ ଅଧ୍ୟକ୍ଷା ରୁଦା ମଲିକ, ଏଆଇସିସି ସଦସ୍ୟ ଘନ କୁମାର ଶବର, ଦାରିଙ୍ଗବାଡି ବ୍ଲକ ସଭାପତି ପ୍ରଦୀପ ନାୟକ, କନ୍ଧମାଳ ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ ବିଧାୟକ ପାର୍ଥି ଶ୍ୟାମ ଘନ ପ୍ରଧାନ, ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ନେତା ପ୍ରଶାନ୍ତ କୁମାର ବିଶୋଇ, ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପ୍ରଧାନ ଓ ଦୀପିକା ମାଝୀ ପ୍ରମୁଖ ଯୋଗଦେଇଥିଲେ । ଏହି ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ଅନାମ ନାୟକ ମ ପରିଚାଳନା କରିଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡ଼ିରୁ ଦୁଇ ବର୍ଷ ତଳେ ବହିଷ୍କୃୃତ ହୋଇଥିବା ଦାରିଙ୍ଗବାଡି ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ କଂଗ୍ରେସରେ ଯୋଗ ଦେଇଥିବାବେଳେ ବିଭିନ୍ନ ପଞ୍ଚାୟତରୁ ଭିନ୍ନ ଭିନ୍ନ ଦଳରୁ ଆସି ୯୪ ଜଣ କର୍ମୀ କଂଗ୍ରେସରେ ଯୋଗଦେଇଥିଲେ । ଏହି ମିଶ୍ରଣ ପର୍ବରେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଏବଂ ନିର୍ବାଚନରେ କଂଗ୍ରେସର ବ୍ଲକ ଅଧ୍ୟକ୍ଷା ପଦ କିପରି ହାତେଇବ ସେନେଇ ଆଲୋଚନା ହେବାସହ ୨ ଟି ଜିଲ୍ଲା ପରିଷଦ ପଦ କିପରି ହାତେଇବ ସେନେଇ ଆଲୋଚନା ହୋଇଥିଲା । ଏଥି ସହିତ ରାଜ୍ୟରେ ବିଜେଡ଼ି ୨୨ ବର୍ଷ ଶାସନ କରିଥିବା ବେଳେ କେନ୍ଦ୍ରରେ ବିଜେପି ୬ ବର୍ଷ ଶାସନ କାଳରେ ଆଜିପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ହୋଇଥିବା ସହ ବେକାରୀଙ୍କୁ ଆଜିପର୍ଯ୍ୟନ୍ତ ନିଯୁକ୍ତି ମିଳିନଥିବା ବିଧାୟକ ରମେଶ ଜେନା ଅଭିଯୋଗ କରିଥିଲେ ।

Comments (0)
Add Comment