ଦଶପଲ୍ଲା : ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ କରଙ୍କ ସଂଯୋଜନାରେ ଏକ ସ୍ୱଚ୍ଛତା ରାଲି ମାଧ୍ୟମରେ ଜନ ସାଧାରଣଙ୍କୁ ସ୍ୱଚ୍ଛତା ସଂପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ କରାଯାଇଥିଲା । ଲୋକେ କିପରି ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବେ ଫଳରେ ବିଭିନ୍ନ ରୋଗ ସଂକ୍ରମଣ ହ୍ରାସ ପାଇବ ତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ସ୍ୱଚ୍ଛ ସାଥୀ, ପରିମଳ ପର୍ଯ୍ୟବେକ୍ଷକ ପ୍ରଭୃତି ଯୋଗ ଦେଇଥିଲେ । ଏହି ରାଲିଟି ଦଶପଲା ଏନ୍ଏସି କାର୍ଯ୍ୟାଳୟଠାରୁ ବାହାରି ବିଭିନ୍ନ ବଜାର ପରିକ୍ରମା କରିବା ପରେ ଏମ୍ସିସି ସେଣ୍ଟର ପର୍ଯ୍ୟନ୍ତ ଯାଇ ସେଠାରେ ଏକ କ୍ଷୁଦ୍ର ପଥପ୍ରାନ୍ତି ସଭା କରାଯାଇ ଶେଷ କରାଯାଇଥିଲା ।