ମହାବୀର କ୍ଷେତ୍ରରୁ ଶ୍ରୀକ୍ଷେତକ୍ର ଗଲା ରଥକାଠ

ଦଶପଲ୍ଲା,୩/୨: ଚଳିତବର୍ଷ ମହାପ୍ରଭୁ ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ ଦଶପଲ୍ଲାର ମହାବୀର କ୍ଷେତ୍ରରୁ , ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ରଥକାଠ ପଠାଯାଇଛି । ମହାବୀର କ୍ଷେତ୍ରରେ ଅବସ୍ଥିତ ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀରଘୁନାଥ ଜୀଉ ଓ ମହାବୀରଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥକାଠ ଶ୍ରୀକ୍ଷେତ୍ର ପଠାଯାଇଥିଲା । ୩ ଟି ଟ୍ରକ ଯୋଗେ ଏହି ରଥକାଠ ପଠା ଯାଇଥିବା ବେଳେ ସମୁଦାୟ ୬୩ ଖଣ୍ଡ ରଥ କାଠ ପଠାଯାଇଛି । ଏହି କାଠ ମଧ୍ୟରେ୨୦ଫୁଟ ଓ ୧୨ ଫୁଟ ଲମ୍ବର ଆସନ ଓ ଧଉରା କାଠ ରହିଛି । ଏହି କାଠ ଦଶପଲ୍ଲା ବନାଞ୍ଚଳ ର ପୋଖରିଗୋଛା ସଂରକ୍ଷିତ ଜଙ୍ଗଲର ୮ ଓ ୯ ନଂ କମ୍ପାଟମୋ’ଟ ରୁ ସଂଗ୍ରହ କରାଯାଇଥିବା ଦଶପଲ୍ଲା ରେଞ୍ଜର ନିଖିଲେସ ମଲ୍ଲିକ ପ୍ରକାଶ କରିଛନ୍ତି । ଚଳିତବର୍ଷ ୭୮୫ ଖଣ୍ଡ ରଥକାଠ ନୟାଗଡ ବନଖଣ୍ଡରୁ ପୁରୀ ପଠାଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଥିବାବେଳେ ଏଥିମଧ୍ୟରେ ୩୨୨ ଖଣ୍ଡ ଅସନ, ୩୮୮ ଖଣ୍ଡ ଧଉରା , ୭୨ ଖଣ୍ଡ ଫାଶୀ ଓ ୩ ଟି ସିମିଳି କାଠ ରହିଛି । ଚଳିତବର୍ଷ ରଥ ନିମାଣ ପାଇଁ ପ୍ରଥମେ ୬୩ ଖଣ୍ଡ କାଠ ପୁରୀ ରଥଖଳାକୁ ପଠାଯାଇଛି । ଶ୍ରୀପଞ୍ଚମୀ ଦିନ ରଥ ନିର୍ମାଣ ପାଇଁ ଏହି କାଠ ଅନୁକୂଳ କରାଯିବ । ଏହି ରଥ କାଠ ପଠାଯିବା ସମୟରେ ଦଶପଲ୍ଲା ରେଞ୍ଜର ନିଖିଲସ ମଲ୍ଲିକଙ୍କ ସମେତ ଏସିଏଫ ଶ୍ୱେତାଲୀନା ସାହୁ , ବନ କର୍ମଚାରୀ ଓ ଦଶପଲ୍ଲାର ବହୁ ଜଗନ୍ନାଥପ୍ରେମୀ ଉପସ୍ଥିତ ଥିଲେ ।

Comments (0)
Add Comment