ସରପଞ୍ଚଙ୍କ ନକଲି ଦସ୍ତଖତ କରି ଋଣ ନେବାକୁ ଉଦ୍ୟମ, ଧରା ପଡିଲା ଜାଲିଆତି

ଦଶପଲ୍ଲା,୨୨/୧୦: – ଦଶପଲ୍ଲା ବ୍ଳକ ଅନ୍ତର୍ଗତ ବାଣିଗୋଛା ପଞ୍ଚାୟତର ସରପଞ୍ଚ ସସ୍ମିତା ମହାଖୁଡ଼ଙ୍କ ଜାଲ ଦସ୍ତଖତ ଓ ସିଲ୍‌ ବ୍ୟବହାର କରି ପୂର୍ବତନ ନାଏବ ସରପଞ୍ଚ ଏକ ଘରୋଇ ଫାଇନାନ୍ସ ସଂସ୍ଥାରୁ ଋଣ ନେବାକୁ ଉଦ୍ୟମ କରୁଥିବା ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାଣୀଗୋଛା ସରପଞ୍ଚ । ଅଭିଯୋଗରୁ ପ୍ରକାଶ , ଦାମୋଦର ନାୟକ ପୂର୍ବରୁ ବାଣିଗୋଛା ପଞ୍ଚାୟତରେ ନାଏବ ସରପଞ୍ଚ ଥିବାବେଳେ ଚତୁରତାର ସହ ସରପଞ୍ଚଙ୍କ ସିଲ୍‌ ପାଖରେ ରଖୁଥିଲେ । ଗତ ୬ମାସ ହେବ ଦାମୋଦର ଏହି ସିଲ୍‌ ଅନୈତିକ ଭାବେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଆସୁଥିଲେ । ମାତ୍ର ଏକ ଘରୋଇ ସଂସ୍ଥାଠାରୁ ଲୋନ ନେବାକୁ ଉକ୍ତ ସିଲ୍‌, ନକଲି ଦସ୍ତଖତ କରି ଫାଇନାନ୍ସ କମ୍ପାନିରେ ଜମା ଦେଇଥିବା ସରପଞ୍ଚ ସସ୍ମିତା ଜାଣିବାକୁ ପାଇଥିଲେ । ପରେ ସସ୍ମିତା ବାଣିଗୋଛା ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ବାଣିଗୋଛା ଥାନା ଅଧିକାରୀ ଦାମୋଦରକୁ ଅଟକ ରଖିଥିଲେ । ପରେ ଏକ ଚୁକ୍ତିନାମା ମାଧ୍ୟମରେ ଆପୋଷ ସମାଧାନ ହୋଇଥିବା ବାଣିଗୋଛା ଥାନା ଅଧିକାରୀ ସଞ୍ଜୟ ମଲ୍ଲିକ ସୂଚନା ଦେଇଛନ୍ତି ।

Comments (0)
Add Comment