ଜିଆର୍‌ଏସ୍‌ ସଂଘର ବୈଠକ ଅନୁଷ୍ଠିତ

ଦଶପଲ୍ଲା,୧୪/୧୧: ନୟାଗଡ ସହର ନିକଟସ୍ଥ ଲେଙ୍କୁଡିପଡା କଲ୍ୟାଣ ମଣ୍ଡପଠାରେ ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘ ନୟାଗଡ ଶାଖାର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ନୟାଗଡ ଜିଲ୍ଲା ଶାଖାର ସଭାପତି ଶ୍ରୀଯୁକ୍ତ ବାଦଲ କୁମାର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ଗ୍ରାମ ରୋଜଗାର ସେବକ ସଂଘର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ସରକାରଙ୍କ ଦ୍ୱାରା ଗ୍ରାମ ରୋଜଗାର ସେବକ ମାନଙ୍କ ପାଇଁ ପ୍ରଚଳିତ ୩୦ ପ୍ରତିଶତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦୋନ୍ନତିକୁ ସରକାର ଏକ ତରଫା ଭାବେ ଉଚ୍ଛେଦ କରିଥିବାରୁ ସଂଘ ତରଫରୁ ଦୃଢ଼ ନିନ୍ଦା କରାଯାଇଥିଲା । ସରକାର ଉକ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ନିମନ୍ତେ ଆଜିର ଜିଲ୍ଲାସଂଘ ବୈଠକରେ ଦୃଢ଼ ଦାବି ଉପସ୍ଥାପନ କରାଯିବା ସହିତ ସମସ୍ତ ଗ୍ରାମ ରୋଜଗାର ସେବକଙ୍କୁ ସ୍ଥାୟୀ ନିଯୁକ୍ତ ଦେବା ନିମନ୍ତେ ଦାବି କରାଯାଇଥିଲା । ଏହି ବୈଠକରେ ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟ ସଭାପତି ବଦ୍ରୀନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ସଂଘର ସମସ୍ତ ନ୍ୟାର୍ଯ୍ୟ ଦାବି ସରକାରଙ୍କ ପାଖରେ ଉପସ୍ଥାପନା କରିବାପାଇଁ ସ୍ଥିର କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ଶ୍ରୀଯୁକ୍ତ ଅଜୟ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment