ଦଶପଲ୍ଲା,୨୮/୭: – ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଶପଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ନିକଟରେ କେନାଲ ବ୍ରିଜ୍ ତଳେ ଆଜି ସକାଳୁ ଜଣେ ପୁରୁଷର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଶବକୁ ଦେଖିବାପାଇଁ ବ୍ରିଜ୍ ଉପରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଖବରପାଇ ଘଟଣାସ୍ଥଳରେ ଦଶପଲ୍ଲା ଥାନା ଅଧିକାରୀ ଜୟପ୍ରକାଶ ପରିଡା ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶ୍ରମ ବାହିନୀ ଦ୍ୱାରା ଶବକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଦଶପଲ୍ଲା ଥାନା ଅଧିକାରୀଙ୍କ କହିବା ମୁତାବକ ଶବଟିର ମୁହଁରୁ ମାଂସ ଝଡି ପଡ଼ିଥିବାରୁ ଲୋକଟିକୁ ଚିହ୍ନିବା ବହୁ କଷ୍ଟ ସାଧ୍ୟ ହେଉଥିଲା ।
କିନ୍ତୁ ଶବକୁ ଉପରକୁ ଆଣିବାପରେ ତା ପକେଟରୁ ଆଧାରକାର୍ଡ ଓ ଭୋଟ ପରିଚୟ ପତ୍ର ମିଳିବାରୁ ଜଣାପଡିଛି ଯେ ସେ କନ୍ଧମାଳ ଜିଲ୍ଲାର ବାସିନ୍ଦା । ତେବେ ସେ କେଉଁ କାମରେ ଦଶପଲ୍ଲା ଆସିଥିଲେ ,କେଉଁଦିନ ଆସିଥିଲେ ତାଙ୍କୁ କିଏ ହତ୍ୟା କରିଛି ପୋଲିସ ପାଇଁ ଏକବଡ଼ ଚ୍ୟାଲେଞ୍ଜ । ଅନୁସନ୍ଧାନ ଜାରିରହିଛି ବୋଲି ଦଶପଲ୍ଲା ଥାନା ଅଧିକାରୀ ଶ୍ରୀଯୁକ୍ତ ପରିଡା ସୂଚନା ଦେଇଛନ୍ତି ।