ଅମାନିଆଙ୍କୁ ସାବାଡ୍‌ କରିବାକୁ ଆଗେଇ ଆସିଲେ ତହସିଲଦାର

ଦଶପଲ୍ଲା,୮/୫- ଦଶପଲ୍ଲାରେ ଦିନକୁ ଦିନ କଣ୍ଟେନ୍‌ ମେଣ୍ଟ ଜୋନ୍‌ ଓ କରୋନା ରୋଗୀଙ୍କ ସଂଖ୍ୟା ଅଧିକରୁ ଅଧିକ ବୃଦ୍ଧି ପାଉଥିବାବେଳେ, ଅମାନିଆ ଯୁବ ଗୋଷ୍ଠୀଙ୍କ ବେଫିକର୍‌ ବୁଲାବୁଲି, ପ୍ରଶାସନର ମୁଣ୍ଡ ବିନ୍ଧା ବଢେଇ ଦେଇଛି । ଏଭଳି ସଂକଟମୟ ସ୍ଥିତିରେ ବାରମ୍ବାର ମାଇକ୍‌ ପ୍ରଚାର ସତ୍ତେ୍ୱ ଯେଉଁମାନେ ଅମାନିଆ ହୋଇ ମାସ୍କ ବ୍ୟବହାର କରୁ ନାହାଁନ୍ତି କିମ୍ବା ଅଯଥାରେ ବୁଲାବୁଲି କରୁଛନ୍ତି ଆଜି ସେମାନଙ୍କୁ ସାବାଡ୍‌ କରିବାପାଇଁ, ସ୍ଥାନୀୟ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବବ୍ରତ କର, ଦଶପଲା ଥାନା ସେକେଣ୍ଡ ଅଫିସର ଚକ୍ରଧର ସିଂ, ସୁବାସ ଚମ୍ପତି ପ୍ରମୁଖ ଗୋଟିଏ ଟିମ୍‌ ଗଠନ କରି, ବିଭିନ୍ନ ସ୍ଥାନରେ ରହି ତନଖି କରିବା ସଙ୍ଗେସଙ୍ଗେ ବେଆଇନ ଭାବେ ଖୋଲାଯାଇଥିବା ଦୋକାନ ଗୁଡିକ ବନ୍ଦ କରିଥିଲେ । ବିଭିନ୍ନ ସ୍ଥାନରେ ତନଖି ବେଳେ ବହୁ ଅମାନିଆଙ୍କ ଠାରୁ ପ୍ରାୟ ୫୦୦୦ ଟଙ୍କ।। ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି ।

Comments (0)
Add Comment