ଦଶପଲ୍ଲା, ୯/୧୦- ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ଦାଖଲ ଶେଷ ହୋଇଛି । ୧୫ ଟି ଜୋନ୍ ପାଇଁ ୫୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନୟାଗଡ଼ ଜିଲ୍ଲାର ୧୫୬ ସମବାୟ ସମିତି ଏବଂ ଅନ୍ୟାନ୍ୟ ଅଣ ସମବାୟ ସମିତିକୁ ନେଇ ୨୨୦ ସମବାୟ ସମିତି ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଛି । ଉକ୍ତ ସମବାୟ ସମିତିରୁ ପ୍ରାଥମିକ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ବ୍ୟକ୍ତି କେନ୍ଦ୍ର ସମବାୟ ସମିତିର ଭୋଟର ମାନ୍ୟତା ପାଇଥାନ୍ତି । ଜିଲ୍ଲାର ୨୨୦ ସମବାୟ ସମିତିକୁ ୧୫ଟି ଜୋନ୍ରେ ବିଭକ୍ତ କରାଯାଇଛି । ମୋଟ ୫୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ୫ ନମ୍ବର ଅଣସଂରକ୍ଷିତ ଜୋନ୍ରେ ସର୍ବାଧିକ ୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜୋନ୍୧ରେ ୩ ଜଣ , ଜୋନ୍ ୨ରେ ୩ ଜଣ , ଜୋନ୍ ୩ରେ ୫ ଜଣ , ଜୋନ୍ ୪ରେ ୩ ଜଣ , ଜୋନ୍ ୫ରେ ୭ ଜଣ , ଜୋନ୍ ୬ରେ ୫ ଜଣ , ଜୋନ୍ ୭ରେ ୩ ଜଣ , ଜୋନ୍ ୮ରେ ୪ ଜଣ , ଜୋନ୍ ୯ରେ ୪ ଜଣ , ଜୋନ୍ ୧୦ରେ ୩ ଜଣ , ଜୋନ୍ ୧୧ରେ ୬ ଜଣ , ଜୋନ୍ ୧୨ରେ ୩ ଜଣ , ଜୋନ୍ ୧୩ରେ ୩ ଜଣ , ଜୋନ ୧୪ରେ ୨ ଜଣ , ଜୋନ୍ ୧୫ରେ ୩ ଜଣ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଫଳରେ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ କଡ଼ା ଟକ୍କର ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଆଲୋଚନା ହେଉଛି ।