ସୀତାରାମ ୟୁଥ୍‌ କ୍ଲବ୍‌ ପକ୍ଷରୁ ଉତ୍କଳ ଦିବସ ପାଳନ

ଦଶପଲ୍ଲା,୨/୪ : – ଦଶପଲ୍ଲାର ଅଗ୍ରଣୀ ଯୁବ ଅନୁଷ୍ଠାନ ସୀତାରାମ ୟୁଥ୍‌ କ୍ଲବ୍‌ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍କୁଲ୍‌ – କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ‘ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାପୁରୁଷଙ୍କ ଭୂମିକା ’ ନେଇ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଦଶପଲ୍ଲାର ବିଶିଷ୍ଠ କବି ମୁରଲୀଧର ମହାରଣା, କବି ଚିତାକଟା, କବି ଅରୁଣ କୁମାର ମହାକୁଡ଼, କବି ଲିଂଗରାଜ ପାଣି, କବି ସତ୍ୟସଂଧଙ୍କ ସମେତ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ଅତିଥି ଭାବେ ରଘୁନାଥ ସାହୁ ଯୋଗ ଦେଇଥିବା ବେଳେ ବିଶ୍ଳେଶ୍ୱର ବେହେରା , ପୁଷ୍ପାଞ୍ଜଳି ଗୋଛି ଏବଂ ପ୍ରତ୍ୟୁଷ ଦେବାଶିଷ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପରେ ଦ୍ୱିତୀୟ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର , ଅଧ୍ୟାପକ ସରୋଜ କୁମାର ପଣ୍ଡା , ଶିକ୍ଷୟିତ୍ରୀ କଳ୍ପନା ଗଜେନ୍ଦ୍ର , ସମାଜସେବୀ ସନ୍ତୋଷ କୁମାର ସାହୁ ଏବଂ ଶିକ୍ଷକ ବିଷ୍ଣୁ ନନ୍ଦଙ୍କୁ ନେଇ ‘ ସାଂପ୍ରତିକ ସମାଜରେ ପୁରାଣ କାବ୍ୟକବିତାର ସ୍ଥିତି ଓ ଆବଶ୍ୟକତା ’ ନେଇ ବିତର୍କ ହୋଇଥିଲା । ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା , ମୁଖ୍ୟବକ୍ତା ଭାବେ ଓଡ଼ିଆ ଯୁବ ଲେଖକ ଶଙ୍କର ପରିଡ଼ା , ସମ୍ମାନିତ ଅତିଥି ଭାବେ ଏନ୍‌ଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ , ପଞ୍ଚାୟତ ସମତି ଅଧ୍ୟକ୍ଷା ସୁନନ୍ଦା ସାହୁ , କ୍ଲବ୍‌ର ଉପଦେଷ୍ଟା ତ୍ରିନାଥ ସାହୁ , ସଭାପତି ସୁଜିତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଓଡ଼ିଶା ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ‘ ଗଡ୍‌ – ମେକର ’ ଅନୁଷ୍ଠିତ ହୋଇଥିଲା ।

Comments (0)
Add Comment