ଦଶପଲ୍ଲା/ ଗଣିଆ ,୧୫/୧: – ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବାପରେ ଲାଗୁ ହୋଇଛି ଆଚରଣସଂହିତା । ଆଉ ଆଚରଣ ସଂହିତା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ପୋଷ୍ଟର ଓ ହୋଡିଂକୁ ହଟାଇ ଦିଆଯାଇଛି । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ଶାସକ ଦଳ ବିଜେଡି ଏବଂ ବିଜେପି ପକ୍ଷରୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବଳିତ ପୋଷ୍ଟର ଓ ହୋର୍ଡିିଂ ପ୍ରମୁଖ ଛକ ସ୍ଥାନମାନଙ୍କରେ ଲାଗି ରହିଥିଲା । ଦଶପଲ୍ଲା ଏନ୍ଏସି ଓ ବ୍ଲକ ପ୍ରଶାସନ ପକ୍ଷରୁ ଏସବୁ ହୋଡିଂ ଓ ପୋଷ୍ଟରକୁ ହଟାଇ ଦିଆଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ପ୍ରଚାର ପ୍ରସାର ପାଇଁ ଲାଗିଥିବା ପୋଷ୍ଟରକୁ ଶୁକ୍ରବାର ସକାଳୁ ହଟାଇବା କାମ ଜାରି ରଖିଛି ପ୍ରଶାସନ । ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨୪ ଘଣ୍ଟା ଭିତରେ ଏସବୁକୁ ହଟେଇବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ନିର୍ବାଚନ ଆଚରଣ ବିଧି ନିୟମ ଅନୁସାରେ କୌଣସି ରାଜନୈତିକ ଦଳର ପୋଷ୍ଟର ଏବଂ ବ୍ୟାନର ସରକାରୀ ସ୍ଥାନ ବା ସରକାରୀ କାନ୍ଥରେ ଲଗାଯାଇ ପାରିବ ନାହିଁ । ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଗଣିଆ ବ୍ଲକ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଲାଗୁ ହୋଇଛି ଆଚରଣ ସଂହିତା । ଆଉ ଆଚରଣ ସଂହିତା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ପୋଷ୍ଟର ଓ ହୋଡିଂକୁ ହଟାଇ ଦିଆଯାଇଛି । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ଶାସକ ଦଳ ବିଜେଡି ଏବଂ ବିଜେପି ପକ୍ଷରୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବଳିତ ପୋଷ୍ଟର ଓ ହୋର୍ଡିିଂ ପ୍ରମୁଖ ଛକ ସ୍ଥାନମାନଙ୍କରେ ଲାଗି ରହିଥିଲା । ଗଣିଆ ବ୍ଲକ ପ୍ରଶାସନ ପକ୍ଷରୁ ଏସବୁ ହୋଡିଂ ଓ ପୋଷ୍ଟରକୁ ହଟାଇ ଦିଆଯାଇଛି । ଗଣିଆ ବ୍ଲକ ଅନ୍ତର୍ଗତ ଗଣିଆ ବଜ଼ାର ଓ ସହର ମୁଖ୍ୟ ରାସ୍ତାକଡରୁ ହଟିଲା ସରକାରୀ ପୋଷ୍ଟର, ବ୍ୟାନର ଓ ହୋଡିଂ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ପ୍ରଚାର ପ୍ରସାର ପାଇଁ ଲାଗିଥିବା ପୋଷ୍ଟରକୁ ଶୁକ୍ରବାର ସକାଳୁ ହଟାଇବା କାମ ଜାରି ରଖିଛି ଗଣିଆ ବ୍ଲକ ପ୍ରଶାସନ । ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨୪ ଘଂଟା ଭିତରେ ଏସବୁକୁ ହଟେଇବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ନିର୍ବାଚନ ଆଚରଣ ବିଧି ନିୟମ ଅନୁସାରେ କୌଣସି ରାଜନୈତିକ ଦଳର ପୋଷ୍ଟର ଏବଂ ବ୍ୟାନର ସରକାରୀ ସ୍ଥାନ ବା ସରକାରୀ କାନ୍ଥରେ ଲଗାଯାଇପାରିବ ନାହିଁ । ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।