ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦୁଇଗୋଟି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା

ଦଶପଲ୍ଲା,୨୨/୫- ନୟାଗଡ ଜିଲ୍ଲାରେ ଦିନକୁ ଦିନ କରେନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରୁ ୩୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରୁଛନ୍ତି । ତଥାପି କିଛି ଅମାନିଆଙ୍କ ଲାଗି ସ୍ଥିତି ବିଗିଡିବାରେ ଲାଗିଛି । ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦୁଇଗୋଟି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସୂଚନାନୁସାରେ, ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତର ତାକୁଡା ଗ୍ରାମ ଗୁଡିଆ ସାହିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସେହିପରି ବାଣିଗୋଛା ଗ୍ରାମପଞ୍ଚାୟତ ବାଣିଗୋଛା ଗ୍ରାମର କରଣ ସାହିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଆଜି ସକାଳ ୮ଟାରୁ ଅନିର୍ଦ୍ଦର୍ିଷ୍ଟ କାଳ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା ହୋଇଛି । ଉକ୍ତ ଦୁଇ ଗ୍ରାମରୁ କୌଣସି ବ୍ୟକ୍ତି ବାହାରକୁ ନ ଆସିବା ପାଇଁ କୁହାଯାଇଛି । ଉକ୍ତ ଗ୍ରାମକୁ ବିଶୋଦ୍ଧନ କରାଯିବା ସହ ଡାକ୍ତରୀ ଦଳ ଯାଇ ଯାଞ୍ଚ କରାଯିବ ।

Comments (0)
Add Comment