ଦଶପଲ୍ଲା,୨୦/୬: – ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଆଉ ପାଦେ ଆଗେଇବ । ଖୁବ୍ଶୀଘ୍ର ନୟାଗଡ଼ ଜିଲ୍ଲା ନୂଆଗାଁ ପର୍ଯ୍ୟନ୍ତ ରେଳ ସମ୍ପ୍ରସାରଣ ହେବାସହ ନୂଆଗାଁ ଷ୍ଟେସନ କାର୍ଯ୍ୟକ୍ଷମ ହେବ । ଆସନ୍ତାକାଲି (୨୦ ତାରିଖ ) ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ସାଂସଦ ଓ ବିଧାୟକ ଉପସ୍ଥିତ ରହିବା ସହ ନୂଆଗାଁ ଷ୍ଟେସନକୁ କାର୍ଯ୍ୟକ୍ଷମ କରାଯିବ । ଏଥି ସହିତ ବନ୍ଦ ହୋଇଥିବା ପୁରୀକୁ ରେଳ ଚଳାଚଳ ନେଇ ଘୋଷଣା କରାଯିବା ସହ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ କିଛି ଘୋଷଣା ହେବାର ସମ୍ଭାବନା ରହିଛି ।