ଦଶପଲ୍ଲା,୨୧/୭ :- ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଦ୍ୱିତୀୟ ବୈଠକ ନିଜସ୍ୱ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ଆସୋସିଏସନର ସଭାପତି ଶୁଶାନ୍ତ କୁମାର ସାହୁଙ୍କ ପ୍ରସ୍ତାବକ୍ରମେ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ବନ୍ଧୁ ମାନଙ୍କ ଉଦ୍ଦେଶ୍ୟରେ ୧ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଭାପତି ଶ୍ରୀ ସାହୁ ଦଶପଲ୍ଲା ଅଂଚଳରେ ଚାଲିଥିବା ଦୁର୍ନୀତି, ଅନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଖବର ପ୍ରସାରଣ କରିବା ପାଇଁ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ । ଆସୋସିଏସନ ଗଠନ ବେଳେ ଜିଲ୍ଲା କର୍ମକର୍ତ୍ତାଙ୍କ ସହମତି କ୍ରମେ ସଭାପତି ଶୁଶାନ୍ତ କୁମାର ସାହୁ , ସଂପାଦକ ରତ୍ନାକର ହୋତା , କୋଷାଧ୍ୟକ୍ଷ ପ୍ରମୋଦ କୁମାର ମହାନ୍ତି ଓ କାର୍ୟ୍ୟାଳୟ ସଂଯୋଜକ ଶରତଚନ୍ଦ୍ର ମିଶ୍ର ରହିଥିବାବେଳେ ଆଜି ସମସ୍ତସଭ୍ୟଙ୍କ ସହମତି କ୍ରମେ କମିଟିର ସଂପ୍ରସାରଣ କରାଯାଇଛି ।
ଏହି ସଂପ୍ରସାରିତ କମିଟିରେ ଉପ-ସଭାପତି ଭାବେ ସଂଜିବ୍ କୁମାର ସାହୁ ଓ ସତ୍ୟ ନାରାୟଣ ସାହୁ, ସାଂଗଠନିକ ସଂପାଦକ- ପ୍ରିୟବ୍ରତ ଆଚାର୍ଯ୍ୟ ଓ ଶ୍ରୀଧର ସାହୁ, ନଗର ସଂଯୋଜକ – ଜନ୍ମେଜୟ ଆଚାର୍ୟ୍ୟ ଓ ରଞ୍ଜନ ଦାସ, ଗ୍ରାମାଞ୍ଚଳ ସଂଯୋଜକ – ବ୍ରଜବିହାରୀ ରୂପ , ସୁବାଷ ଚନ୍ଦ୍ର ବାରିକ୍ ଓ ପ୍ରକାଶ ଚନ୍ଦ୍ର ନାୟକ ମନୋନୀତ ହୋଇଥିବାବେଳ ,ଉପଦେଷ୍ଟା ଭାବରେ – ବିରଂଚି ନାରାୟଣ ରଥ ( ବରିଷ୍ଠ ଶିକ୍ଷାବିତ୍ ) ଶରତ୍ ଚନ୍ଦ୍ର ସାହୁ ( ସମାଜ ସେବୀ ) ଓ ଲିଗାଲ୍ ଆଡ଼୍ଭାଇଜର୍ – ମାନସ୍ କୁମାର ମହାଖୁଡଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଦଶପଲ୍ଲାର ମାଳ ଅଞ୍ଚଳ ଗୁଡିକରେ ଥିବା ଗରିବ , ଆଦିବାସୀ , ହରିଜନ ଶ୍ରେଣୀର ଲୋକମାନଙ୍କ ପାଖରେ କେମିତି ପ୍ରଶାସନର ସମସ୍ତ ପ୍ରକାର ସୁଖ ସୁବିଧା , ବାଟମାରଣା ନହୋଇ ସଠିକ୍ ଭାବରେ ପହଞ୍ଚି ପାରିବ , ଏହା ହିଁ ମୂଳ ଲକ୍ଷ୍ୟ ବୋଲି ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡିଆ ଆସୋସିଏସନ ର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ, ସଂପାଦକ ରତ୍ନାକର ହୋତା ଓ କୋଷାଧ୍ୟକ୍ଷ, ପ୍ରମୋଦ କୁମାର ମହାନ୍ତି ମତ ବ୍ୟକ୍ତ କରିଥିଲେ ।