ଗଣିଆଁରେ ମୋ ସ୍କୁଲ୍‌ ଅଭିଯାନ ,ସ୍ଥିତି ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ

ଦଶପଲ୍ଲା,୧୪/୭ – ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ବିଜୟଲଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନଶିକ୍ଷତ୍ରୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ସଂପର୍କରେ କହିଲେ ଯେ, ମୋ ସ୍କୁଲ ଅଭିଯାନ ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା । ଏହା କେବଳ ଅର୍ଥର କଥା ନୁହେଁ , ଏହା ସହଭାଗିତାର କଥା । ପୂରାତନ ଛାତ୍ରଛାତ୍ରୀମାନେ ଏଥିରେ ସଂପୃକ୍ତ ହୋଇ ନିଜ ବିଦ୍ୟାଳୟର ଭତ୍ତିିଭୂମିକୁ କିପରି ଅଭିବୃଦ୍ଧି କରିବେ, ଉନ୍ନତି ପାଇଁ ଯୋଜନା କରିବେ, ପିଲାମାନଙ୍କୁ କଣ ଶିକ୍ଷା ଦିଆଯିବ ସେ ସଂପର୍କରେ ଆଲୋଚନା କରିଥିଲେ । ସ୍କୁଲର ପବିତ୍ରତାକୁ ବଜାୟ ରଖିବା ସହିତ ଭଲ କାମ କରିବା ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ । ଏହି କାଯ୍ୟକ୍ରମରେ ମୋସ୍କୁଲ ଅଭିଯାନରେ ପୋଷ୍ୟସ୍କୁଲ ଭାବରେ ଗ୍ରହଣ କରିଥିବା ଗଣିଆ ଅଞ୍ଚଳର ଗର୍ବ ଓ ଗୌରବ ତଥା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମନ୍ତ୍ରୀ କୃଷି ଓ କୃଷକ ସଶକ୍ତି କରଣ, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଡ. ଅରୁଣ କୁମାର ସାହୁ କହିଲେଥିଲେ ଯେ, ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।୨୦୧୭ମସିହା ନଭେମ୍ବର ୧୪ତାରିଖ ଶିଶୁ ଦିବସ ପାଳନ ଅବସରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ ହୋଇଥିଲା । ପାଠ ପଢ଼ିବା ସହିତ କ୍ରୀଡା,ସଙ୍ଗୀତ ଓ ଅନ୍ୟାନ୍ୟ ଆତ୍ମିକ ଶିକ୍ଷା ତଥା ଗୁଣାତ୍ମକ ଶିକ୍ଷା, ବୌଦ୍ଧିକ ବିକାଶ, ମାର୍ଗ ଦର୍ଶନ, ଭିତ୍ତିିଭୂମିର ବିକାଶ ଏବଂ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ସକାଶେ ପୂର୍ଣ୍ଣମାତ୍ରାରେ ସହଯୋଗର ଆବଶ୍ୟକ ବୋଲି କହିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଠିକ ଭାବରେ ଶିକ୍ଷାଦାନ କରିବା ସହିତ ଉନ୍ନତ ମଣିଷ ଭାବେ ଗଢି ତୋଳିବା ଏହି ଯୋଜନାର ମୂଳଲକ୍ଷ୍ୟ ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥିଲେ । ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ଏକତ୍ରିତ କରିବା ସହିତ ଏକ ଡାଟାବେସ୍‌ ତିଆରି କରିବା ଏବଂ ଏକ ହ୍ୱାଟସ୍‌ ଗ୍ରୁପ୍‌ ତିଆରି କରି ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ଯୋଡିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର , ଜିଲ୍ଲା ପରିଷଦସଭ୍ୟ ମହେଶ୍ୱର ମହାରଣା, ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ ,ପୂର୍ବତନ ଛାତ୍ରୀ ତଥା ଗଣିଆ ଉନ୍ନୟନ କମିଟିର ସଭାପତି ଉଷାରାଣୀ ପଟ୍ଟନାୟକ ଯୋଗଦେଇ ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ ସଂପର୍କରେ ନିଜର ମତାମତ ପ୍ରଦାନ କରିଥିଲେ ।

Comments (0)
Add Comment