ରାସ୍ତା ପାଇଁ ହିନସ୍ତା: ଶୁଣିଲାନି ପ୍ରଶାସନ, ଗ୍ରାମବାସୀ ମରାମତି କଲେ ଗାଁ ରାସ୍ତା

ଦଶପଲ୍ଲା,୮/୮- ରାସ୍ତା ପାଇଁ ହିନସ୍ତା ହେଉଛନ୍ତି ପାଂଚଗୋଟି ଗ୍ରାମର,୧୨୦୦ ଜନସାଧାରଣ । ଖାଲଖମାରେ ପରିପୂର୍ଣ୍ଣ ରାସ୍ତାଉପରେ ଜମିରହୁଛି ଆଣ୍ଠୁଏ ପାଣି । ନା ଯାଇପାରୁଛି ୧୦୮ ଆମ୍ବୁଲାନ୍ସ , ନା ଯାଇପାରୁଛି ଅଟୋ । ସାଧାରଣ ଜୀବନ ଯାତ୍ରା ହେଉଛି ବ୍ୟାହତ । ଏ ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଗୁହାରି କଲେ ମଧ୍ୟ ଅଦ୍ୟାବଧି କୌଣସି ଠୋସ୍‌ ପଦକ୍ଷେପ ନେଇନାହିଁ ସ୍ଥାନୀୟ ପ୍ରଶାସନ । ଯାହାକି ଆଜି ବୁରୁସାହି, ମିଟୁକୁଳି, ଗୁଡିଆ ସାହିର ଗ୍ରାମବାସୀମାନେ ଏକାଠି ହେଇ ନିଜେ ରାସ୍ତା ମରାମତି କରିବା ଉଦ୍ଦେଶ୍ୟରେ ଆଗେଇ ଆସିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପଂଚାୟତ ଅନ୍ତର୍ଗତ ବୁରୁସାହି, ଗୁଡିଆସାହି, ମିଟୁକୁଳି, ଚଣ୍ଡିବସ୍ତ ଓ ତିଳାବାଡି ଗ୍ରାମକୁ ସଂଯୋଗ କରୁଥିବା ଏହି ୪ କି ମି ରାସ୍ତାଟି ସ୍ୱାଧିନତାର ୭୦ ବର୍ଷପରେ ମଧ୍ୟ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ତେଣୁ ଆଜି ଏହି ୫ ଗୋଟି ଗ୍ରାମର ଗ୍ରାମବାସୀ ଏକତ୍ରିତହୋଇ ନିଜେ ଗାଁ ରେ ଚାନ୍ଦାକରି ରାସ୍ତା ମରାମତି ଉଦ୍ଦେଶ୍ୟରେ ଆଗେଇ ଆସିଛନ୍ତି । ଆଜି ଟ୍ରାକ୍ଟର ଯୋଗେ ନିଜେ ମାଟି ଆଣି ରାସ୍ତାରେ ପକାଇ ରାସ୍ତା ମରାମତି କରିଛନ୍ତି ଗ୍ରାମବାସୀ ।

Comments (0)
Add Comment