ପଞ୍ଚାୟତରେ ନିର୍ବାଚନ ଅଧିକାରୀଙ୍କ ତାଲିକା ଘୋଷଣା କଲେ ବିଡ଼ିଓ

ଗଣିଆ,୧୭/୧: – ନୟାଗଡଜିଲ୍ଲା ଗଣିଆ ବ୍ଲକରେ ୮ଗୋଟି ପଞ୍ଚାୟତରେ ନିର୍ବାଚନ ଅଧିକାରୀଙ୍କ ତାଲିକା ଘୋଷଣା କଲେ ବ୍ଲକ ନିର୍ବାଚନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ । ମିଳିଥିବା ସୂଚନା ଅନୁଯାୟୀ କିଶୋରପ୍ରସାଦ ପଞ୍ଚାୟତ ପାଇଁ ସମୀର କୁମାର ସାହୁ ସମାଜମଙ୍ଗଳ ଅଧିକାରୀ , ଗଣିଆ ପଞ୍ଚାୟତପାଇଁ ପଙ୍କଜିନି ମହାପାତ୍ର କନିଷ୍ଠଯନ୍ତ୍ରୀ ଗ୍ରାମ୍ୟଜଳ ଓ ପରିମଳ ବିଭାଗ , କରଡ଼ାପଡା ପଞ୍ଚାୟତପାଇଁ ପ୍ରତାପ କିଶୋର ପଟ୍ଟନାୟକ ବ୍ଲକ ଶିକ୍ଷା ଅଧିକାରୀ , ଆଡ଼କଟାପଞ୍ଚାୟତ ପାଇଁ ରବୀନ୍ଦ୍ର ନାୟକ ରାଜସ୍ୱ ସୁପ୍ରଭାଇଜର , ବେଲପଡାପଞ୍ଚାୟତ ପାଇଁ ନବଘନ ଖମାରି ପଞ୍ଚାୟତ ନିର୍ବାହୀ ଅଧିକାରୀ , ରାସଙ୍ଗପଞ୍ଚାୟତ ପାଇଁ ମଳୟ ପଟ୍ଟନାୟକ ପଞ୍ଚାୟତ ନିର୍ବାହି ଅଧିକାରୀ , ଛାମୁଣ୍ଡିଆ ପଞ୍ଚାୟତ ପାଇଁ କୈଳାଶ ମହାପାତ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବଡ଼ସିଲିଙ୍ଗା ପଞ୍ଚାୟତ ପାଇଁ ସୁନୀଲ ବେହେରା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି ବ୍ଲକ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ପଟେଲ । ନିର୍ବାଚନ ଲାଗି ଜାନୁଆରୀ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ବିଜ୍ଞପ୍ତି । ଏହାସହିତ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ନିର୍ବାଚନ ପାଇଁ ଜାନୁଆରୀ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏହା ଜାନୁଆରୀ ୨୧ ଯାଏଁ ଚାଲିବ । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିପରି ୨୫ ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସୁଯୋଗ ମିଳିବ । ଜାନୁଆରୀ ୨୫ରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ୫ମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଫେବୃଆରୀ ୧୬ରେ ପ୍ରଥମ, ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ଚତୁର୍ଥ ପର୍ଯ୍ୟାୟ ୨୨ ଓ ଫେବୃଆରୀ ୨୪ ତାରିଖରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

Comments (0)
Add Comment