ଶୁଣିଲାନି ପ୍ରଶାସନ କି ରାଜନେତା, ଗାଁକୁ ରାସ୍ତା କଲେ ଯୁବଗୋଷ୍ଠୀ

ଦଶପଲ୍ଲା,୬ ।୧୦- ଦଶପଲ୍ଲା ବ୍ଳକ୍‌ ନୂଆଗାଁ ପଞ୍ଚାୟତ ଅଫିସ୍‌ ଠାରୁ ଦଦରା ମାତ୍ର ୭ କିଲୋମିଟର ରାସ୍ତା । ବିଶେଷକରି ଗୁଣ୍ଡୁରିବାରୀ ଯିବା ମୁଖ୍ୟରାସ୍ତାରୁ ଦଦରା ଏବଂ କାଣିପୋଖରୀ ମାତ୍ର ୨ କିଲୋମିଟର । ଦୀର୍ଘଦିନ ଧରି ରାସ୍ତାଟିର ମାଟି ଧୋଇଯାଇ ଖାଲଖମା ସୃଷ୍ଟି ହୋଇଥିଲେ ମଧ୍ୟ ତା ପ୍ରତି କେହି ଧ୍ୟାନ ଦେଉନଥିଲେ । ପଞ୍ଚାୟତରେ ବାରମ୍ବାର ଜଣାଇ , ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରିବି କେହି ନଶୁଣିବାରୁ ଗ୍ରାମର “ମା ବନଦୂର୍ଗା ଯୁବ ପରିଷଦ’ର ସଭ୍ୟମାନେ ନିଜ ଭିତରୁ କିଛି ଅର୍ଥ ଆଦାୟ କରିବା ସହ ଅନ୍ୟ କେତେଜଣ ବଦାନ୍ୟ ବ୍ୟକ୍ତିଙ୍କୁ ମାଗି ରାସ୍ତାରେ ପ୍ରାୟ ୩୬ ଟ୍ରିପ କରକଚା ମାଟି ପକାଇବା ସଙ୍ଗେ ସଙ୍ଗେ ତାକୁ ନିଜେ ଶ୍ରମଦାନ କରି ସାଇଜ୍‌ କରିଥିବା କହିଛନ୍ତି ଯୁବ ପରିଷଦର ସଭାପତି ବାବୁଲା ମାଝୀ, ସଂପାଦକ ବାପିନା ନାୟକ, ଡମ୍ବରୁ ସାହୁ ପ୍ରମୁଖ । ଯୁବକ ମାନଙ୍କର ଏଭଳି ମହତ୍‌ କାମକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।

Comments (0)
Add Comment