ଦଶପଲ୍ଲା,୨୯/୭ :- ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ଘଟୁଛି । ସରକାରଙ୍କ କଠୋର ନିୟମ ଓ ଜନ ସଚେତନତା ଯୋଗୁଁ ଧିରେ ଧିରେ କରୋନା ଜିଲ୍ଲାରୁ ଦୂରେଇ ଦୂରେଇ ଯାଉଥିବା ଅନୁମାନ କରାଯାଉଛି । ଜିଲ୍ଲାରେ ଆଜି ନୂଆ ମାତ୍ର ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସକ୍ରିୟ ମାମଲା ୫୨୦ ବୋଲି ଜଣାଯାଇଛି । ଜିଲ୍ଲାରେ କରୋନା ମହାମାରୀରେ ମୋଟ ୧୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।