ଆକ୍ସନମୋଡ଼୍‌ରେ ନୟାଗଡ଼ ପୋଲିସ

ଦଶପଲ୍ଲା,୧୩/୬:- ନୟାଗଡ଼ ସଦର ଥାନା ପୋଲିସ ଗତକାଲି ବେଆଇନ ଭାବେ ଚାଲିଥିବା ଘରୋଇ ଟ୍ୟୁସନ୍‌ ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ କାଳିକାପ୍ରସାଦ ଗ୍ରାମରେ ସଦରଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ସଦଳବଳେ ଚଢାଉ କରି ଲୁକ୍କାୟିତ ଭାବରେ ଚାଲିଥିବା ଘରୋଇ ଟ୍ୟୁସନ୍‌ ବନ୍ଦ କରିଥିବା ଜଣାପଡିଛି । ଏଥିସହିତ ୨ଜଣ ଶିକ୍ଷକଙ୍କୁ ପଚରାଉଚରା ଜାରିରହିଛି । କରୋନା ମହାମାରୀ ସମୟରେ ଛୋଟ ଛୋଟ ଶିଶୁମାନଙ୍କୁ ଏକାଠି କରିବା ଯୋଗୁଁ ସଂକ୍ରମଣର ସମ୍ଭାବନା ବଢ଼ିଥାଏ । ତେଣୁ ପୋଲିସ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

Comments (0)
Add Comment