ଦଶପଲ୍ଲା,୧୫/୭ :- ସାରା ରାଜ୍ୟରେ ଏବେ କରୋନା ମହାମାରୀ ତାର କାୟାବିସ୍ତାର କରି ଚାଲିଥିବାବେଳେ ଓଡ଼ିଶାର ଅର୍ଥନୀତି ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ ,ଡିଜେଲ ,ରନ୍ଧନ ଗ୍ୟାସ୍ର ଦରଦାମ ବୃଦ୍ଧିକୁ ନେଇ ଓଡ଼ିଶା ର ୪ ଟି ବାମଦଳ ପକ୍ଷରୁ ଆଜି ଦଶପଲ୍ଲା ବ୍ଲକ୍ ସାମ୍ନାରେ ,ସକାଳ ୬ ଘଣ୍ଟିକା ଠାରୁ ମଧ୍ୟାହ୍ନ ୧୨ ଘଣ୍ଟିକା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ବାମଦଳ ଗୁଡ଼ିକ ହେଲେ ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଫରୱାର୍ଡ ବ୍ଲକ୍ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ ଏହି ବାମଦଳ ଗୁଡ଼ିକୁ କଂଗ୍ରେସ ଦୃଢ଼ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇବା ସହ ଦୋକାନ ବଜାର ବନ୍ଦ କରି ବିଭିନ୍ନ ପେଟ୍ରୋଲ ପମ୍ପ ଓ ବଜାରର ମୁଖ୍ୟଛକ ଗୁଡିକରେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଦଳ ତରଫରୁ ସାଧାରଣ ଲୋକଙ୍କୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ନ କିଣିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ଗଣଧାରଣା ରେ ବାମଦଳ ନେତା କମ୍ରେଡ ଶରତଚନ୍ଦ୍ର ବେହେରା ,କଂଗ୍ରେସ ନେତା ନାରାୟଣ ସାହୁ, ସଚ୍ଚି଼ିଦାନନ୍ଦ ନାୟକ ,ଗଣେଶ ଭାଇଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ବାମଦଳ କର୍ମୀ ଯୋଗ ଦେଇଥିଲେ ।