୧୮ ଆଇନଜୀବୀ ପାଇଲେ ସରକାରୀ ନିଯୁକ୍ତି

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ଆଇନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୧୮ ଜଣ ଆଇନଜୀବୀଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ନୟାଗଡ଼ରେ ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ଇନ୍ଦ୍ରଭୁବନ ମିଶ୍ର, ଖଣ୍ଡପଡ଼ା ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ମନୋଜ କୁମାର ମିଶ୍ର , ଓଡଗାଁରେ ଅତିରିକ୍ତ ଆଇନଜୀବୀ ଭାବେ ଜ୍ଞାନ ନାରାୟଣ ପାତ୍ର ଏବଂ ସୁରେନ୍ଦ୍ର କୁମାର ସେନାପତି , ନୟାଗଡ଼ ଏଡିଜେରେ ସହଯୋଗୀ ଓକିଲ ଭାବେ ପ୍ରଦେଶ ମିଶ୍ର, ଜେଏମ୍‌ଏସ୍ଟି ଭାପୁର ପାଇଁ ସହଯୋଗୀ ଓକିଲ ଭାବେ କୈଳାସ ଚନ୍ଦ୍ର ସାହୁ , ନୟାଗଡ଼ ସହକାରୀ ଆଇନଜୀବୀ ଭାବେ ବିଭୂପ୍ରସାଦ ହୋତା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଶୁତୋଷ ସାମନ୍ତରାୟ ନିରଞ୍ଜନ ଦାଶ, ଚିନ୍ତାମଣୀ ରଥଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ଭାବେ କାର୍ଯ୍ୟନିର୍ବାହୀ ବିଚାରପତି ଖଣ୍ଡପଡ଼ାଙ୍କ କୋର୍ଟରେ ସହକାରୀ ଓକିଲ ଭାବେ କମଳାକାନ୍ତ ଦାଶ, କାର୍ଯ୍ୟନିର୍ବାହୀ ବିଚାରପତି ଭାପୁରଙ୍କ କୋର୍ଟରେ ସହକାରୀ ଓକିଲ ଭାବେ ବସନ୍ତ କୁମାର ସ୍ୱାଇଁ, ନୟାଗଡ଼ ସିଭିଲ୍‌ କୋର୍ଟରେ ସରକାରୀ ଅଧିବକ୍ତା ଭାବେ ଦଣ୍ଡପାଣି ସ୍ୱାଇଁ, ଅତିରିକ୍ତ ସରକାରୀ ଅଧିବକ୍ତା ଭାବେ ପ୍ରଣବ କୁମାର ବିଶୋଇ ଓ ବିଜୟ କୁମାର ନାୟକଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ଭାବେ ଓଡଗାଁ ସିଭିଲ୍‌ କୋର୍ଟରେ ଅତିରିକ୍ତ ସରକାରୀ ଅଧିବକ୍ତା ଭାବେ ଅମରେନ୍ଦ୍ର ସ୍ୱାଇଁ ଡ୍ର ନିଯୁକ୍ତି ଦିଆଯାଇଛି । ଏଥି ସହିତ ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଅଦାଲତ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ଅମିୟ କୁମାର ପଟ୍ଟନାୟକଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଇଛି ।

Comments (0)
Add Comment