ବିଧାୟକଙ୍କ ୭୨ ତମ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ

ଦଶପଲ୍ଲା/ଗଣିଆ,୫/୭-ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ପଞ୍ଚାୟତର ହଟିଆପଲ୍ଲୀ ଠାରୁ ବସନ୍ତପୁର ସହିତ ଓସ୍ତିଆ ଓ କେନ୍ଦୁପଲ୍ଲୀ ପର୍ଯ୍ୟନ୍ତ ହୋଇଥିବା ଆରଡିର ନୂତନ ରାସ୍ତାର ଦୁଇପାଶ୍ୱର୍ରେ ସଂପୂର୍ଣ୍ଣ ଫଳଗଛ ଲଗାଇବାର ବ୍ୟବସ୍ଥା ଗଣିଆ ବନବିଭାଗ ତରଫରୁ ବନ ମହୋତ୍ସବର ଚତୁର୍ଥ ଦିନରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଗଣିଆ ବ୍ଲକ ଅଧକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ନୟାଗଡ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର ,ପୂର୍ବତନ ଅଧକ୍ଷ ପ୍ରଦୀପ କୁମାର ସାହୁ, ଗଣିଆ ବିଡ଼ିଓ, ତହସିଲ ଦାର, ଗଣିଆ ବନବିଭାଗର ମୁଖ୍ୟ ରେଞ୍ଜର ସୋନାଲି ସିଂହ ପ୍ରମୁଖ ଯୋଗ ଦେଇ ଗୋଟିଏ ଗୋଟିଏ ଗଛ ଲଗାଇଥିଲେ । ବନବିଭାଗର ସମସ୍ତ କର୍ମଚାରୀଙ୍କ ସହିତ, ହଟିଆପାଲ୍ଲି ଗ୍ରାମର ସଭାପତି ଓ ଗ୍ରାମବାସୀ ବୃନ୍ଦ ଯୋଗଦେଇ ସ୍ୱାଗତ ସହ ସହଯୋଗ ମଧ୍ୟ କରିଥିଲେ । ଗ୍ରାମର ପାଖଦେଇ ରାସ୍ତାଟି ଯାଇଥିବାରୁ ରାସ୍ତାର ଦୁଇ ପାଶ୍ୱର୍ରେ ବିଭିନ୍ନ ପ୍ରକାରର ଫଳଗଛ ସବୁ ଲଗାଯାଇଥିଲା । ଆମ୍ବ, ପଣସ, ଲିଚୁ, ଜାମୁ କୋଳି, ପିସ୍ତାବାଦମ୍‌ ଭଳି ଫଳ ପ୍ରଜାତିର ଗଛ ଲଗାଯାଇ ସୁରକ୍ଷା ପାଇଁ ଗୋଡ଼ି ବ୍ୟବସ୍ଥା କରାଯାଇଥିଲା । ଏନେଇ ଗଣିଆ ରେଞ୍ଜର ସୋନାଲି ସିଂହ କହିଥିଲେ ଯେ ଏହା ଗ୍ରାମବାସୀଙ୍କର ଅନୁରୋଧ ଥିବାରୁ ଦୁଇବର୍ଷ ତଳୁ ଏହାର ପ୍ରୟାସ ଜାରି ରଖାଯାଇଥିଲା । ଏହି ଗଛ ଗୁଡ଼ିକ ଲଗାସରିବାପରେ ଏହାର ରକ୍ଷଣାବେକ୍ଷଣର ସମସ୍ତ ଦାୟିତ୍ୱ ମଧ୍ୟ ସଂପୂର୍ଣ୍ଣ ଭାବରେ ନିଆଯିବାର ପ୍ରତିଶୁତି ଦେଇଥିଲେ ।

Comments (0)
Add Comment