ଦଶପଲ୍ଲାକୁ ଛୁଇଁଲା ଶୀତ

ଦଶପଲ୍ଲା : ଦଶପଲ୍ଲା ଅଂଚଳରେ ପହିଲି ଶୀତ ଅନୁଭୂତ ହୋଇଛି । ହଠାତ୍‌ ହାଲ୍କା ହାଲ୍କା ଶୀତ ଆସିଥିବାରୁ ଲୋକମାନଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି । ଦିନବେଳେ ପାଗ ଶୁଖିଲା ରହୁଥିବାବେଳେ ସନ୍ଧ୍ୟାବେଳକୁ ଶୀତ ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ରହୁଛି । ଶୀତ ସହ ଥଣ୍ଡା ଲାଗୁଥିବାରୁ ପ୍ରାତଃଭ୍ରମଣକାରୀମାନେ ଟିକେ ଡେରିରେ ଯିବା ସହ ସଂଖ୍ୟା ଟିକେ କମିଥିବା ମଧ୍ୟ ଦେଖାଯାଉଛି । ହାଲ୍‌କା ଶୀତ ହେଉଥିବାରୁ ଫ୍ୟାନ ବନ୍ଦକରି ଦେହରେ ଚଦର ଘୋଡ଼ାଇ ହୋଇ ଶୋଉଥିବା କେତେକଙ୍କୁ ପଚାରିବାର କହିଛନ୍ତି । ଶୀତର ଆଗମନରେ ପର୍ଯ୍ୟଟକ ମାନେ ବୁଲାବୁଲି କରିବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି । ପ୍ରାକୃତିକ ଶୋଭାରାଜିରେ ଭରପୁର୍‌ ଦଶପଲ୍ଲାର ରତ୍ନଗଣ୍ଡ ଜଳପ୍ରପାତ,ବାଇଶିପଲ୍ଲୀ, ବୃତ୍ତଂଗ ନଦୀ ବାଲୁକା ଶଜ୍ୟା, କୂଆଁରିଆ ଭଳି ପର୍ଯ୍ୟଟନ ସ୍ଥଳରେ ବଣଭୋଜିର ଆସର ମଧ୍ୟ ଜମିବା ଦେଖିବାକୁ ମିଳୁଛି ।

Comments (0)
Add Comment