ଦଶପଲ୍ଲା : ଦଶପଲ୍ଲା ରାଧାମୋହନଜିଉ ନୋଡାଲ୍ ଉଚ୍ଚ ବିଦ୍ୟାଳୟଠାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଅଛି । ଏହି ଶିବିର ଆଜି ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇଥିଲା । ସରକାରଙ୍କ ନୂଆ ନିୟମ ପାଇଁ ଭିନ୍ନକ୍ଷମଙ୍କ ନିକଟରେ ଥିବା ହାତଲେଖା କିମ୍ବା ରାଜ୍ୟ ସରକାରଙ୍କ ଅନ୍ଲାଇନ୍ ସାଟିଫିକେଟ୍କୁ ବନ୍ଦ କରାଯାଇ ସମସ୍ତ ହିତାଧିକାରୀଙ୍କୁ ୟୁନିକ ଡିଜାବିଲିଟ୍ ପ୍ରମାଣପତ୍ର (ୟୁଡିଆଇଡି ) ପ୍ରଦାନ କରାଯିବ । ଏହି ସାର୍ଟିଫିକେଟ ଯେଉଁ ହିତାଧିକାରୀଙ୍କ ପାଖରେ ନଥିବ ପରବର୍ତ୍ତୀ ସମୟରେ ସେମାନେ ପାଉଥିବା ଭତ୍ତା, ରାସନ ଏବଂ ଶିକ୍ଷାବୃତ୍ତି ପ୍ରଭୃତି ପାଇବାରୁ ବଞ୍ଚିତ ହେବେ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ।