ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଗଜପତି ଗ୍ରସ୍ତ

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ସି ଟି ଆଓ ପ୍ରଥମେ ମୋହନା ବ୍ଲକ ର କମଳାପୁର ଛକରେ ପହଞ୍ଚି ସେଠାରେ ହୋଇଥିବା କ୍ୱାରେଣ୍ଟ।ଇନ ସେଣ୍ଟର ପରିଦର୍ଶନ କରିବା ସହିତ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ତହସିଲ ଦରଙ୍କ ସହ ଆଲୋଚନା କରିଥିଲେ।ସେହି ସେଣ୍ଟରରେ ଥିବା ସମସ୍ତ ଆନୁସଙ୍ଗିକ ସୁବିଧାକୁ ବୁଲି ଦେଖିଥିଲେ।ତା ପରେ ପଞ୍ଚାୟତ ସ୍ତରିୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚାନ୍ଦିପୁଟ ଠାରେ ବୁଲି ଦେଖିବା ସହ ସେଠାରେ ଥିବା ସମସ୍ତ ସୁବିଧା ଗୁଡ଼ିକ ଉପରେ ଦାଇତ୍ଵ ରେ ଥିବା କର୍ମଚାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ତତ ସହିତ ପରବର୍ତ୍ତୀ ମୁହୂର୍ତ୍ତରେ ଆର ସିତାପୁର ଠାରେ ଥିବା କୋଭିଡି କେୟାର ସେଣ୍ଟରକୁ ବୁଲି ଦେଖିବା ସହ ସେଠାରେ ନିର୍ଯୁକ୍ତି ପାଇ ଥିବା ସମସ୍ତ କର୍ମଚାରୀଙ୍କ ସହ ହସ୍ପିଟାଲରେ ଥିବା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଉପରେ ଆଲୋଚନା କରି ଥିଲେ।ସେଠାରେ ମଧ୍ୟ ସେ ଜିଲ୍ଲା ପାଳ ଅନୁପମ ସାହା ଓ ସି ଡି ଏମ ଓ ଗୁନୁରାଣୀ ପଟ୍ଟନାୟକ,DHH ପାରଳାଖେମୁଣ୍ଡି ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହିତ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ। ପରେ ସଦର ମହକୁମା ଠାରେ ପହଞ୍ଚି ଜିଲ୍ଲା ପାଳ ଙ୍କ ସହ ଜିଲ୍ଲା ପାଇଁ ଚାଲି ଥିବା କୋଭିଡି 19 ମୁକାବିଲା କାର୍ଯ୍ୟକ୍ରମ ଉପରେ ବିଶେଷ ଭାବରେ ଆଲୋଚନା କରିଥିଲେ। ଶେଷରେ ଜିଲ୍ଲା ପ୍ରଶାସନ ଦ୍ଵାରା ନିଆଯାଇ ଥିବା ସମସ୍ତ ପଦକ୍ଷେପ କୁ ପ୍ରଶଂସା କରିବା ସହ ଅପରାହ୍ନରେ ବ୍ରହ୍ମପୁର ଅଭିମୁଖେ ଫେରି ଯାଇଥିଲେ।ଏହି ଗ୍ରସ୍ତ କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

Comments (0)
Add Comment