ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଙ୍କ ବାର୍ତ୍ତାକୁ ସମ୍ମାନ ଦେଖାଇ ରବିବାର ରାତି ନ ଘଣ୍ଟା ରୁ ନ ଟା ନଅ ମିନିଟ ପର୍ଯ୍ୟନ୍ତ ଦୀପ ଟର୍ଚ୍ଚ ମହମବତୀ ଇତ୍ୟାଦି ଘର ଦୁଆର ମୁହଁରେ ଜଳାଇ ଏକତାର ପରିଚୟ ଦେଲେ ଗଜପତି ବାସୀ I ଘରର ସମସ୍ତ ଲାଇଟ ବନ୍ଦ କରି ଘରର ଦାଣ୍ଡ ଦୁଆରେ ବଲକୋନିରେ ଠିଆ ହୋଇ ଦୀପ ଜାଳି କୋରନା ଭୁତାଣୁ ଦୂରେଇ ଯାଇ ଦେଶ ସୁରକ୍ଷିତ ରଖିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସମର୍ଥନ କରି ଦୀପ ଜାଳି ଏକତା ଦେଖାଇଲେ ଗଜପତିବାସୀ
