ଗୋଲାମୁଣ୍ଡା :କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହଲିଙ୍ଗ ଗ୍ରାମ ଠାରେ ଆଜି ଏକ ଅଭାବନୀୟ ଅଘଟଣ ଘଟିଛି । ଜମିବାଡି ବିବାଦକୁ ନେଇ ସାନ ଭାଇ ବଡ ଭାଇକୁ ଟାଙ୍ଗିଆ ଚୋଟ ମାରିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଲେ ମହାଲିଙ୍ଗ ଗ୍ରାମର ଗୋକୁଳ କେତକୀ( ୫୫) ବୋଲି ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଉଭୟଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଶତ୍ରୁତା ଲାଗି ରହୁଥିଲା । ସାନ ଭାଇ ମାୟାଧର କେତକୀ ଓ ଚିତ୍ରସେନ୍ କେତକୀ ଉଭୟ ମିଶି ବଡ଼ ଭାଇ ଗୋକୁଳ କେତକୀଙ୍କୁ ମାରି ଦେଇ କେଗାଁ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି।। ଏନେଇ ମୃତକ ସ୍ତ୍ରୀ ଶ୍ରୀମତୀ କେତକୀ କେଗାଁ ଥାନରେ ଲିଖିତ ଅଭଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କେଗାଁ ପୁଲିସ ଘଟଣା ସ୍ଥଳରେ ପାହଞ୍ଚି ଶବଟି କୁ ଜବତ କରି ଶବ ବ୍ୟବଛେଦ ପାଇଁ ଧର୍ମଗଡ ଚିକିତ୍ସାଳୟକୁ ସ୍ଥାନନ୍ତରିତ୍ କରିଥିଲେ। ଏପଟେ ପୁଲିସ ୧୫୧/୨୫ରେ କେଶ୍ ରୁଜୁ କରି ଦୁଇ ଅଭଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ପ୍ରକ୍ରିୟା ଜରି ରଖିଥିବା କେଗାଁ ପୁଲିସ ଆଇଆଇସି ମକୁନ୍ଦ ଦେବ ନାଏକ ପ୍ରକାଶ କରିଛନ୍ତି।