ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର : ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ସୁବାଷ ଚୌହାନ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ଏଣୁ ତାଙ୍କୁ ଗତକାଲି ମଧ୍ୟରାତ୍ରରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁବାଷ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗମ୍ଭୀର ରହିଛି । ତାଙ୍କ ଉପରେ ସ୍ୱତନ୍ତ୍ର ନଜର ଦିଆଯାଇ ଚିକିତ୍ସା କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ସୁବାଷ ସମଗ୍ର ପଶ୍ଚିମଓଡିଶାର ଜଣେ ଜଣାଶୁଣା ନେତା ଭାବରେ ପରିଚୟ ହାସଲ କରିଛନ୍ତି । ସମ୍ବଲପୁର, ବରଗଡ, ବଲାଙ୍ଗୀରରେ ତାଙ୍କର ସୁନାମ ରହିଛି ।

Comments (0)
Add Comment