ପଥପ୍ରାନ୍ତ ନାଟକ ଜରିଆରେ ସାଇବର କ୍ରାଇମ ଉପରେ ସଚେତନତା କରାଇଲା ଗଜପତି ପୋଲିସ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜ ନହର ସମ୍ମୁଖରେ ଏକ ପଥପ୍ରାନ୍ତ ସଚେତନତା ନାଟକ ସାଇବର ଅପରାଧ ଉପରେ କରାଯାଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ପ୍ରତକ୍ଷ ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ଦିନକୁ ଦିନ ସାଇବର ଅପରାଧ ବଢିବାକୁ ଲାଗିଛି। ବିଶେଷ କରି ଏ ଟି ଏମ୍ ଠକେଇ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମାଗି ଲୋକଙ୍କୁ ମିଛ କହି ସେମାନ ଙ୍କ ର ପାସ ୱାଡ଼ ମାଗି ଏକାଉଣ୍ଟ ର ପଇସା ଗାୟବ କରି ଦେଉଛନ୍ତି।ଯାହାଫଳରେ ଜନସାଧାରଣ ଠକେଇ ହୋଇ ପୋଲିସ ଥାନାର ଦ୍ୱାରସ୍ଥ ହେଉଛନ୍ତି।ପଥ ପ୍ରାନ୍ତ ନାଟକ ଜରିଆରେ ସାଇବର କ୍ରାଇମ ଜନସାଧାରଣଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି ବୋଲି ଗଜପତି ଏସପି ସାରା ଶର୍ମା କହିଛନ୍ତି। ବିଶେଷ କରି ଗଜପତି ଜିଲ୍ଲାରେ କାଶୀ ନଗର ଥାନା ଏବଂ ପାରଳାଖେମୁଣ୍ଡି ଥାନାରେ ସାଇବର ଠକେଇ ଉପରେ ଅଭିଯୋଗ ହେଉଛି।ଲୋକମାନେ କିପରି ଠକେଇ ର ଶିକାର ନହେବେ ସେଥିପାଇଁ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନତା କରାଯାଉଛି।ବୋଲି ଏସପି ସାରା ଶର୍ମା କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ରିଜର୍ଭ ଇନ୍ସପେକ୍ଟର ହନାଙ୍ଗ ପ୍ରମୁଖଙ୍କ ସହ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

Comments (0)
Add Comment