କୋଭିଡ଼ -19 ସ୍ୱତନ୍ତ୍ର ଡାକ୍ତରଖାନା ଗଜପତିରେ ହେଲା କାର୍ଯ୍ୟକ୍ଷମ

କୋଭିଡ଼ -19 ସ୍ୱତନ୍ତ୍ର ଡାକ୍ତରଖାନା ଗଜପତିରେ ହେଲା କାର୍ଯ୍ୟକ୍ଷମ

ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ପରିସରରେ ଥିବା ଭାରତମାତା ହଷ୍ଟେଲ ଠାରେ କୋଭିଡ଼-19 ସ୍ୱତନ୍ତ୍ର ଚିକିତ୍ସାଳୟ ଗଜପତି ଜିଲ୍ଲାପାଳ ଅନୁପମ ସାହା ଆନୁଷ୍ଠାନିକ ଭାବେ ଏହାକୁ ଲୋକାର୍ପିତ କରିଛନ୍ତି ।110 ଟି ଶଯ୍ୟା ବିଶିଷ୍ଟ ଥିବା ବେଳେ ସେଥିରୁ 10ଟି ଆଇ ସି ୟୁ ଶଯ୍ୟା ନିର୍ମାଣ କରାଯାଇଛି। ହାଇଟେକ ମେଡିକାଲ କଲେଜକୁ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି।ଏଥି ନିମନ୍ତେ ସମସ୍ତ ଆର୍ଥିକ ସହାୟତା ଓଡ଼ିଶା ହଇଡ୍ରୋ ପାୱାର କୋର୍ପରେସନ ଲିମିଟେଡ଼ ଯୋଗାଇ ଦେବ।ଏହି କୋଭିଡ଼ି-19 ହସ୍ପିଟାଲରେ ଡାକ୍ତର ଟେକ୍ନିସିୟନ ସ୍ୱାସ୍ଥ୍ୟ କର୍ମୀ ଇତ୍ୟାଦି କର୍ମଚାରୀ ମାନଙ୍କୁ ହାଇଟେକ ପକ୍ଷରୁ ନିୟୋଜିତ କରାଯାଇଛି।ଏହି କୋଭିଡ଼ି-19 ଚିକିତ୍ସାଳୟରେ ମୁକ୍ତରେ ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡ ଗୁନୁ ରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment