ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ କର୍ମନିଯୁକ୍ତି ଅଧିନିୟମରେ ଲକଡାଉନ ସମୟରେ ଅଧିକ ଲୋକଙ୍କୁ ନିଯୁକ୍ତି ପାଇଁ ବ୍ୟାପକ ଯୋଜନା

ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 2020- 2021 ଆର୍ଥିକ ବର୍ଷରେ ଅଧିକା ରୁ ଅଧିକା ଗ୍ରାମୀଣ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଅନୁମୋଦିତ କାର୍ଯ୍ୟ ଖସଡ଼ା ମୁତାବକ ବହୁତ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଜିଲ୍ଲାରେ ଥିବା 149 ଗୋଟି ପଞ୍ଚାୟତ ମଧ୍ୟରୁ 146 ଗୋଟି ପଞ୍ଚାୟତରେ 1428 ଗୋଟି ପ୍ରକଳ୍ପ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସେଥି ମଧ୍ୟରୁ ବହୁତ ଗୁଡିଏ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି।ଚଳିତ ବର୍ଷ ଏହି ଯୋଜନା ମାଧ୍ୟମରେ 53 ଲକ୍ଷ କାର୍ଯ୍ୟ ଦିବସ ସୃଷ୍ଟି କରିବା ଏବଂ 197 କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ।

ପ୍ରାକୃତିକ ସମ୍ବଳ ପରିଚାଳନା ଅନ୍ତର୍ଗତ ବିଭିନ୍ନ ଯୋଜନା ଯଥା ଜମି ଉନ୍ନତିକରଣ, ପୋଖରୀ ଖନନ ଇତ୍ୟାଦି ହାତକୁ ନିଆଯାଇ ଶ୍ରମଦିବସ ସୃଷ୍ଟି ସକାଶେ ପଦକ୍ଷେପ ନିଆଯାଉଛି।ବିଭିନ୍ନ ବିଭାଗ ମାନଙ୍କ ମଧ୍ୟରେ ଅନୁମୋଦିତ ପ୍ରକଳ୍ପ ହେଲା ବନି କରଣ କୁକୁଡ଼ା ମାନଙ୍କ ପାଇଁ ଘର ତିଆରି କରିବା, ଜିଆ ଖତ ପ୍ରସ୍ତୁତି କରିବା,ଛେଳି ମାନଙ୍କ ପାଇଁ ଘର ନିର୍ମାଣ କରିବା,ଅଙ୍ଗନବାଡି ଘର ନିର୍ମାଣ କରିବା, ଚେକଡେମ ନିର୍ମାଣ କରିବା ଓ ସାମୁହିକ କାର୍ଯ୍ୟ ଇତ୍ୟାଦି।ଏହି ସବୁ କାର୍ଯ୍ୟରେ ସାମଗ୍ରୀ ବାବଦରେ ସର୍ବାଧିକ 40 ଭାଗ ଅର୍ଥ ଖର୍ଚ୍ଚ କରିବାକୁ ନିୟମ ଥିବା ବେଳେ ବଳକା ଅର୍ଥ ଶ୍ରମ ବାବଦରେ ଖର୍ଚ୍ଚ କରିବା ପାଇଁ ନିୟମ ରହିଛି।ବର୍ତ୍ତମାନ ଅଣକୁଶଳ ଶ୍ରମିକ ଦିନକୁ 207 ଟଙ୍କା ପାଇବା ପାଇଁ ନିୟମ ଥିବା ବେଳେ ଅର୍ଦ୍ଧ କୁଶଳ ଶ୍ରମିକଙ୍କୁ ଦିନକୁ 388 ଟଙ୍କା ଦେବା ପାଇଁ ନିୟମ ରହିଛି ଏହି ପ୍ରକଳ୍ପ ଗୁଡିକ କିଛି ଦିନ ହେଲା ଆରମ୍ଭ ହୋଇ ଦିନକୁ 6500 କାର୍ଯ୍ୟ ଦିବସ ସୃଷ୍ଟି କରୁଥିବା ବେଳେ ଆଜି ସୁଦ୍ଧା ପ୍ରାୟ 50,000 ରୁ ଉର୍ଦ୍ଧ୍ବ କାର୍ଯ୍ୟ ଦିବସ ସୃଷ୍ଟି ହୋଇଛି ।ଆଜି ସୁଦ୍ଧା ଲୋକ ମାନଙ୍କ ଜମା ଖାତାକୁ 150 ଲକ୍ଷ ଟଙ୍କା ପ୍ରଦତ୍ତ ହୋଇଥିବା ବେଳେ ପ୍ରତିଦିନ 350 ଗୋଟି ମାଷ୍ଟର ରୋଳ ବ୍ୟବହାର କରାଯାଉଛି।ଏହି ଯୋଜନାର କାର୍ଯ୍ୟ ଯୋଗାଇ ବର୍ତ୍ତମାନ ଲକ ଦାଉନ ସମୟରେ ଲୋକ ମାନଙ୍କର ଜୀବନ ଜୀବିକାକୁ ବଞ୍ଚାଇବା ହେଉଛି ଏହି ଯୋଜନାର ମୂଳଲକ୍ଷ ।

Comments (0)
Add Comment